ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଟପିଲା

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଟପିଲା

ବଡ ଖବର ଦେଶ -ବିଦେଶ

#ଦେଶରେ_କରୋନା_ସଂକ୍ରମିତଙ୍କ_ସଂଖ୍ୟା_୧ଲକ୍ଷ_ଟପିଲା      ନୂଆଦିଲ୍ଲୀ  : ଥମୁନି କରୋନା । ସମସ୍ତ ପଦକ୍ଷେପ ସତ୍ତ୍ବେ ଦିନକୁ ଦିନ ନୂଆ ନୂଆ ରେକର୍ଡ କରି ଚାଲିଛି।  ମଙ୍ଗଳବାର ସୁଦ୍ଧା ଦେଶରେ କରୋନା ୧ଲକ୍ଷ ଟପିଛି। ମଙ୍ଗଳବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧ଲକ୍ଷ ୧ ହଜାର ୧୩୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୪୯୭୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୩୪ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ସୁଦ୍ଧା ୩୯ ହଜାର ୧୭୪ ଜଣ ସୁସ୍ଥ ହୋଇଥିବାବେଳେ ୫୮ ହଜାର ୮୦୨ ଜଣ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ମଧ୍ୟରୁ ୩୯୧୭୩ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୩୧୬୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତକମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୧୨୪୯ ଜଣ ମୃତ୍ୟୁବରଣ କରିଥିବା ବେଳେ ଦ୍ବିତୀୟରେ ଗୁଜରାଟରେ ୬୯୪ ଜଣ ମୃତ୍ୟୁବରଣ କରିଛନ୍ତି।ସେହିପରି ମଧ୍ୟପ୍ରଦେଶରେ ୨୫୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଆନ୍ଧ୍ରପ୍ରଦେଶରେ ୫୦ ଜଣ, ଆସାମରେ ୨ ଜଣ, ବିହାରରେ ୯ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୧୬୮ ଜଣ, , ହରିୟାଣାରେ ୧୪ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ ଓ କଶ୍ମୀରରେ ୧୫ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୭ ଜଣ, କେରଳରେ ୪ ଜଣ,   ମେଘାଳୟରେ ୧ ଜଣ, ଓଡ଼ିଶାରେ ୪ ଜଣ, ପୁଦ୍ଦୁଚେରୀରେ ୧ଜଣ, ପଞ୍ଜାବରେ ୩୭ ଜଣ, ରାଜସ୍ଥାନରେ ୧୩୮ ଜଣ, ତାମିଲନାଡୁରେ ୮୧ ଜଣ, ତେଲେଙ୍ଗାନାରେ ୩୫ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୧୧୮ ଜଣ ଏବଂ ପଶ୍ଚିମବଙ୍ଗରେ ୨୪୪ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୩୫ ହଜାର ୫୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୪୯ ଜଣ ପ୍ରାଣ ହରାଇଛନ୍ତି। ଏହି ସଂଖ୍ୟା ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ସର୍ବାଧିକ। ଗୁଜରାଟ ରେ୧୧୭୪୫, ତାମିଲନାଡୁ ରେ ୧୧୭୬୦,  ଦିଲ୍ଲୀ ରେ୧୦୦୫୪ ,ମଧ୍ୟପ୍ରଦେଶ ରେ ୫୨୩୬, ଉତ୍ତରପ୍ରଦେଶ ରେ୪୬୦୫ , ପଶ୍ଚିମବଙ୍ଗ ରେ ୨୮୨୫, ଆନ୍ଧ୍ରପ୍ରଦେଶ ରେ ୨୪୭୪ ,ପଞ୍ଜାବ ରେ ୧୯୮୦,ତେଲେଙ୍ଗାନା ରେ୧୫୯୭,ବିହାର ରେ ୧୩୯୧, କର୍ଣ୍ଣାଟକ ରେ୧୨୪୬ ଜମ୍ମୁ ଓ କଶ୍ମୀର ରେ ୧୨୮୯ ,ହରିୟାଣା ରେ ୯୨୮, ଓଡ଼ିଶା ରେ ୮୭୬ ,କେରଳ ରେ ୬୩୦, ଝାଡ଼ଖଣ୍ଡ ରେ ୨୨୩ , ଚଣ୍ଡିଗଡ଼ ରେ୧୯୬,ତ୍ରିପୁରା ରେ ୧୬୭,  ଆସାମ ରେ ୧୦୭ ,ଉତ୍ତରାଖଣ୍ଡ ରେ ୯୩ ,ଛତିଶଗଡ଼ ରେ ୯୩, ହିମାଚଳ ପ୍ରଦେଶ ରେ ୯୦ , ଲଦାଖ ରେ୪୩ ,ଗୋଆ ରେ୩୮, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ରେ୩୩, ପୁଦ୍ଦୁଚେରୀ ରେ୧୮ , ମେଘାଳୟ ରେ୧୩ , ମଣିପୁର ରେ୭ ,ଦାଦର ନଗର ହାବେଳୀ , ମିଜୋରାମ ଓ ଅରୁଣାଚଳ ପ୍ରଦେଶରେ ଜଣେ ଲେଖାଏଁ ରୋଗୀ ଅଛନ୍ତି ।