ପ୍ରଳୟଙ୍କରୀ ରୂପ ଧାରଣ କରି ମାଡି ଆସୁଛି ‘ଅମ୍ଫନ’

ପ୍ରଳୟଙ୍କରୀ ରୂପ ଧାରଣ କରି ମାଡି ଆସୁଛି ‘ଅମ୍ଫନ’

ବଡ ଖବର ଓଡିଶା

#ପ୍ରଳୟଙ୍କରୀ_ରୂପ_ଧାରଣ_କରି_ମାଡି_ଆସୁଛି_‘ଅମ୍ଫନ’   ଭୁବନେଶ୍ବର : ପ୍ରଳୟଙ୍କରୀ ରୂପ ଧାରଣ କରି ମାଡି ଆସୁଥିବା ମହାବାତ୍ୟା ‘ଅମ୍ଫନ’ ଏବେ ଧିରେ ଧିରେ ଦୁର୍ବଳ ହେଉଥିବାର ସୂଚନା ମିଳିଛି। ବର୍ତ୍ତମାନ ପାରାଦୀପଠାରୁ ୫୨୦ କିଲୋମିଟର ଦୂରରେ ରହିଛି ଅମ୍ଫନ । ସେହିପରି ଦୀଘାଠାରୁ ମମ୍ଫନ ତେବେ ଦୀଘା ଠାରୁ ୬୭୦ କି.ମି ଦୂରରେ ରହିଛି ଓ ବାଂଲାଦେଶର କ୍ଷେପୁପଡ଼ା ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗକୁ ୭୯୦ କିଲୋମିଟର ଦୂରରେ ରହିଛି । ସୂଚନା ମୁତାବକ, ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହେଉଛି ମହାବାତ୍ୟା ଅମ୍ଫନ । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହେବ ଏବଂ ତା’ପରେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ମୁହାଁଇବ ବୋଲି ଜଣାଯାଇଛି।

ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରକୁ ଯାଇ ପଶ୍ଚିମବଙ୍ଗ – ବାଂଲାଦେଶ ଉପକୂଳ ଦେଇ ଦୀଘା (ପଶ୍ଚିମବଙ୍ଗ) ଏବଂ ହାତିଆ ଦ୍ୱୀପପୁଞ୍ଜ (ବାଂଲାଦେଶ) ମଧ୍ୟରେ ସୁନ୍ଦରବନ ନିକଟବର୍ତ୍ତୀ ଅଞ୍ଚଳରେ  ୨୦ ତାରିଖ ମଧ୍ୟାହ୍ନ / ସନ୍ଧ୍ୟା ସମୟରେ ଅତି ଭୟଙ୍କର ରୂପ ନେବ । ଏହି ସମୟରେ ସ୍ଥାୟୀ ପବନର ବେଗ ସର୍ବାଧିକ ୧୫୫ରୁ ୧୬୫ କିଲୋମିଟର ରହିବ ବୋଲି କୁହାଯାଇଛି। ଏହାର ବେଗରେ ୧୮୦ କିଲୋମିଟରକୁ ମଧ୍ୟ ଅତିକ୍ରମ କରିପାରେ ।ମହାବାତ୍ୟା ‘ଅମ୍ଫାନ’ର ବର୍ତ୍ତମାନ ବିଶାଖାପାଟନମ୍  ରେ ଡୋପଲର୍ ପାଣିପାଗ ରାଡାର ଦ୍ୱାରା ନିରନ୍ତର ଟ୍ରାକିଂ କରାଯାଉଛି |