କରୋନା ମୁକାବିଲା ଦିନିକିଆ କ୍ରିକେଟ୍ ମ୍ୟାଚ୍ ନୁହେଁ

କରୋନା ମୁକାବିଲା ଦିନିକିଆ କ୍ରିକେଟ୍ ମ୍ୟାଚ୍ ନୁହେଁ

ବଡ ଖବର ଓଡିଶା

#କରୋନା_ମୁକାବିଲା_ଦିନିକିଆ_କ୍ରିକେଟ୍ ମ୍ୟାଚ୍ ନୁହେଁ           ଭୁବନେଶ୍ୱର    :      ମୁକାବିଲା ଏକ ଦିନିକିଆ କ୍ରିକେଟ୍ ମ୍ୟାଚ୍ ନୁହେଁ । କ୍ରିକେଟ୍ ମ୍ୟାଚ୍ ରେ ଆମେ ବଲ୍ ବାଇ ବଲ୍ ଆକାଉଣ୍ଟ ଖୋଜୁ । କେଉଁ ବଲ୍ କେତେ ଗତିରେ ଆସିଲା ଓ ବ୍ୟାଟ୍ସମ୍ୟାନ୍ କିପରି ଅନାଇଲା ଏବଂ କିପରି ହୁକ୍ କଲା ଇତ୍ୟାଦି । ସେଠି ପ୍ରତି ବଲ୍ ର ସମୀକ୍ଷା କରାଯାଏ । ବ୍ୟାଟିଂ କରୁଥିବା ଖେଳାଳି ବାଉଣ୍ଡାରୀ ଓ ଆଉଟ୍ ହେବାର ଆକ୍ସନ୍ କୁ ମଧ୍ୟ ଦେଖିବାକୁ ପଡ଼ିଥାଏ । ତାକୁ ପୁଣି ଥରେ ସ୍ଲୋ ମୋଶନ୍ ରେ ଦେଖିବାକୁ ·ହୁଁ ।

ରାଜ୍ୟରେକୋଭିଡ୍-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ରେ ପହଞ୍ଚିଛି । ଯେତେବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ରେ ପହଂଚିବ, ସେତେବେଳେ ଆମେ କଣ କରିବା? ଇଏ କ୍ରିକେଟ ନୁହେଁ, କୋଭିଡର ଖେଳ । ଆବେଗ ନୁହେଁ ପ୍ରତ୍ୟୟର ସମୟ । ସରକାର ସଠିକ୍ ଖବର ସଠିକ୍ ସମୟରେ ପହଂଚାଇବେ । କିନ୍ତୁ ଆପାତକାଳୀନ ପରିସ୍ଥିତିରେ ସବୁବେଳେ ସବୁ ଖବର ଘଟିବା ବେଳେ ଦେବାକୁ ପଡ଼ିବ, ତାହା ସମ୍ଭବପର ନୁହେଁ । ବୃହତର ଜନସ୍ୱାର୍ଥ ଦୃଷ୍ଟିରେ ଦେଖିବାକୁ ପଡ଼ିବ । ଯେଉଁଠି ଜନହିତରେ ଜଣେ ବ୍ୟକ୍ତିଙ୍କ ବିବରଣୀ ଦେବା ଦରକାର, ସେଠାରେ ଆମେ ଦେବୁ । ଯେଉଁଠି ଜନହିତ ପ୍ରତି ଆଶଙ୍କା ରହିଛି, ସେଠି ବ୍ୟକ୍ତିଗତ ବିବରଣୀ ଦେବୁନାହିଁ । ଏଥିପାଇଁ ସମାଲୋଚନା ଓ ସମୀକ୍ଷା କରିବାର ଆବଶ୍ୟକତା ନାହିଁ । ସାଧାରଣ ସମୟରେ ଗଣମାଧ୍ୟମ ସନସନି ଖବର ଖୋଜନ୍ତି । ଖୋଳି ତଥ୍ୟ ବାହାର କରନ୍ତି । ବର୍ତମାନ ପରିସ୍ଥିତିରେ ସମସ୍ତଙ୍କୁ ଦାୟିତ୍ୱବାନ ହେବାକୁ ପଡ଼ିବ । ଏଇଟା ଅସାଧାରଣ ସମୟ । କୋଭିଡ୍ ହସ୍ପିଟାଲ ଓ ଲାବୋରେଟାରୀ ଆଗରେ ଓବି ଭ୍ୟାନ୍ ଠିଆ କରାଇବାର ସମୟ ନୁହେଁ ।

ଏହି ଯୁଦ୍ଧ ୧୮, ୧୪ ବା ୨୧ ଦିନର ନୁହେଁ । ଏହି ଯୁଦ୍ଧ କେବଳ ସରକାରଙ୍କର ନୁହେଁ । ସମାଜର ପ୍ରତିଟି ମଣିଷର ବ୍ୟକ୍ତିଗତ ଓ ସାମୂହିକ ଯୁଦ୍ଧ । ଏଥିପାଇଁ ସମସ୍ତଙ୍କୁ ର୍ଧୈଯ୍ୟ ଓ ବିଶ୍ୱାସ ରଖିବାକୁ ପଡ଼ିବ । ସମସ୍ତଙ୍କୁ ଶକ୍ତି ସଂଚୟ କରିବାକୁ ପଡ଼ିବ । ଘରେ ରହୁନ୍ତୁ, ଶକ୍ତି ସଂଚୟ କରନ୍ତୁ ବୋଲି ଶ୍ରୀ ବାଗଚୀ କହିଛନ୍ତି ।