ସାଉଦି ରାଜ ପରିବାରର ୧୫୦ ସଦସ୍ୟ କରୋନା ସଂକ୍ରମିତ

ସାଉଦି ରାଜ ପରିବାରର ୧୫୦ ସଦସ୍ୟ କରୋନା ସଂକ୍ରମିତ

ଦେଶ -ବିଦେଶ ବଡ ଖବର

#ସାଉଦି_ରାଜ_ପରିବାରର_୧୫୦_ସଦସ୍ୟ_କରୋନା_ସଂକ୍ରମିତ          ରିୟାଦ୍:  ସାଉଦି ଆରବ ରାଜ ପରିବାରର ୧୫୦ ଜଣ ସଦସ୍ୟ ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ଏକ ରି‌ପୋର୍ଟରୁ ଜାଣିବାକୁ ମିଳିିଛି, ରିୟାଦ୍‌ ଗଭର୍ଣ୍ଣର ଫୈଜଲ୍‌ ବିନ୍‌ ବନ୍ଦର ବିନ୍‌ ଅବ୍‌ଦୁଲାଜିଜ୍‌ ଅଲ୍‌ ସାଉଦ୍‌ ଏହି ମହାମାରୀ ଭାଇରସ୍‌ର ଶିକାର ହୋଇ ଆଇସିୟୁରେ ରହିଛନ୍ତି।

ରାଜା ସଲ୍‌ମାନ୍‌ ଏବଂ  ରାଜକୁମାର ମହମ୍ମଦ ବିନ୍‌ ସଲ୍‌ମାନ୍ ମଧ୍ୟ ଏହି ଭାଇରସ୍‌ର ଶିକାର ହୋଇଥିବା ସନ୍ଦେହ କରାଯିବା ପରେ ସେମାନଙ୍କୁ  ମଧ୍ୟ ଆଇସୋଲେସନ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି । ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ରାଜ ପରିବାର ସଦସ୍ୟମାନଙ୍କୁ ଚିକିତ୍ସା କରାଯାଉଥିବା କିଙ୍ଗ୍‌ ଫୈଜଲ୍‌ ସ୍ପେସିଆଲିଷ୍ଟ୍‌ ହସ୍ପିଟାଲ୍‌ରେ ୫୦୦ ବେଡ୍‌ ବ୍ୟବସ୍ଥା କରିବା ପାଇଁ ଯୋଜନା କରାଯାଉଛି।