ଜୁନ୍ ୧ରୁ ସ୍ବଭାବିକ ହେବ ରେଳ ଚଳାଚଳ

ଜୁନ୍ ୧ରୁ ସ୍ବଭାବିକ ହେବ ରେଳ ଚଳାଚଳ

ଦେଶ -ବିଦେଶ ବଡ ଖବର

#ଜୁନ୍_୧ରୁ_ସ୍ବଭାବିକ_ହେବ_ରେଳ_ଚଳାଚଳ       ନୂଆଦିଲ୍ଲୀ: ଦେଶରେ ସ୍ବଭାବିକ ହେବ ରେଳ ଚଳାଚଳ । ଲକଡାଉନ ପାଇଁ ବନ୍ଦ ରହିଥିବା ରେଳ ଚଳାଚଳ ଜୁନ ୧ ତାରିଖ ଠାରୁ ଆରମ୍ଭ ହେବ । ଭାରତୀୟ ରେଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଲକଡାଉନ୍ ୪ ଶେଷ ହେବା ପରେ ଅର୍ଥାତ ଜୁନ ୧ ତାରିଖରେ  ପ୍ରଥମ ପର୍ଯ୍ୟାୟରେ  ୨୦୦ଟି ସାଧାରଣ ରେଳ ଚାଲିବ।ବର୍ତ୍ତମାନ ପରିପ୍ରେକ୍ଷୀରେ କେବଳ ଅଣ-ଶୀତତାପ ନିୟନ୍ତ୍ରିତ ଟ୍ରେନ୍ ଚାଲିବ ଓ ଏହାର ଟିକେଟ୍ ଅନଲାଇନରେ ହିଁ ମିଳିପାରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ରେଳମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୦୦ଟି ନନ-ଏସି ରେଳ ଟାଇମଟେବୁଲରେ ଚଳାଚଳ କରିବ  ଓ ଏଥିରେ ସାଧାରଣ ଯାତ୍ରୀ ଯାତାୟାତ କରିପାରିବେ । ଜୁନ ୧ ତାରିଖ ଠାରୁ ଚାଲିବାକୁ ଥିବା ରେଳ ପାଇଁ ଖୁବ ଶୀଘ୍ର ଅନଲାଇନରେ ଟିକେଟ ମିଳିବ ବୋଲି ଶ୍ରୀ ଗୋୟଲ କହିଛନ୍ତି । ଅନଲାଇନ ଜରିଆରେ ନନ ଏସି ଦ୍ୱିତୀୟ ଶ୍ରେଣୀ ଟିକେଟ ମିଳିବ । ସବୁ ବର୍ଗର ଲୋକେ ଏହି ଟିକେଟ କିଣିବାର ସୁବିଧା ପାଇପାରିବେ । ବିନା ଟିକେଟରେ ରେଳ ଷ୍ଟେସନ ମଧ୍ୟକୁ ପ୍ରବେଶ କରି ହେବ ନାହିଁ । ଏହି ରେଳ ପାଇଁ ଓ୍ଵେଟିଂ ଲିଷ୍ଟ ଟିକେଟ୍ ମଧ୍ୟ ମିଳିପାରେ, ମାତ୍ର ତତ୍କାଳ କିମ୍ବା ପ୍ରିମିୟର ତତ୍କାଳ ପରି ବ୍ୟବସ୍ଥା ହେବ ନାହିଁ। ଏହି ଟିକେଟ ବୁକିଂ ଆଇଆରସିଟିସିର ଓ୍ଵେବ୍‌ସାଇଟ୍‌ ଜରିଆରେ ହେବ। ବୁକିଂ କେଉଁ ଦିନ ଆରମ୍ଭ ହେବ ଏହାର ଶୀଘ୍ର ଘୋଷଣା କରାଯିବ ବୋଲି ଶ୍ରୀ ଗୋୟଲ କହିଛନ୍ତି । ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ମଧ୍ୟ ପୂର୍ବ ଭଳି ଚାଲିବ ବୋଲି ସେ ସୂଚନା ଦେଇଛନ୍ତି ।