ଡବଲ ମର୍ଡର ଅଭିଯୋଗରେ ବନ୍ଧା ହେଲେ ଅନୁପ ସାଏ, ଦଳରୁ ବହିଷ୍କୃତ

ଅପରାଧ ଓଡିଶା ବଡ ଖବର

ଝାରସୁଗୁଡା : ପୂର୍ବତନ ବିଧାୟକ  ଅନୁପ କୁମାର ସାଏଙ୍କ ଡବଲ ମର୍ଡରରେ ସଂପୃକ୍ତିକୁ ନେଇ ପୋଲିିସ ତାଙ୍କୁ ଗିରଫକରିଛି । ୨୦୧୬ ରେ ଏକ ଡବଲ୍‌ ମର୍ଡର ଘଟଣାରେ ତାଙ୍କ ସଂପୃକ୍ତି କୁ ନେଇ ଛତିଶଗଡ଼ ପୋଲିସ ତାଙ୍କୁ ଗିରଫ କରିଛି । ଅନୁପ ସାଏଙ୍କୁପୋଲିସ ଗିରଫ କରିଥିବା ଖବର  ସ୍ପଷ୍ଟ ହେବା ପରେ  ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ।

ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଏବେ ଛତିଶଗଡ଼ ପୋଲିସ ପଞ୍ଝାରେ। ଝାରସୁଗୁଡାରୁ ତାଙ୍କୁ ଉଠାଇ ନେଇଥିଲା ଛତିଶଗଡ଼ର ଚକ୍ରଧରନଗର ପୋଲିସ।  ଗୁରବାର ରାତିରୁ ନେଇ ଦୀର୍ଘ ସମୟ ଧରି ପଚରା ଉଚରା କରିଥିଲା। ୨୦୧୬ରେ  ଏକ ଡବଲ ମର୍ଡର ଘଟଣାରେ ପୋଲିସ ତାଙ୍କୁ ଉଠାଇନେବା ପରେ ଓଡ଼ିଶା ପୋଲିସକୁ ସୂଚନା ଦେଇଥିଲା।

Image result for anup sai

ଏବେ ଆସନ୍ତୁ ଜାଣିବା କଣ ସେହି ଡବଲ ମର୍ଡର ଘଟଣା ଯେଉଁଥିରେ ଅନୁପ ସାଏ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ମୃତକମାନେ ବ୍ରଜରାଜନଗରର କଳ୍ପନା ଦାସ ଓ ତାଙ୍କ  ଝିଅ ପ୍ରଭାତୀ ଦାସ। ସେମାନଙ୍କୁ ଝାରସୁଗୁଡ଼ାରେ ହତ୍ୟା କରାଯାଇ ଛତିଶଗଡ଼ ସୀମା ସେପଟେ ଫିଙ୍ଗି ଦିଆଯାଇଥିବା ଜଣାଯାଇଥିଲା।  ସେହିଦିନ ଠାରୁ ହତ୍ୟାକାଣ୍ଡ ସଂପର୍କରେ  ତଦନ୍ତ କରୁଥିଲା ଛତିଶଗଡ ପୋଲିସ ।

ମାମଲାରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସଂପୃକ୍ତି ଥିବା କିଛି ଖାସ ସୂଚନା ପାଇବା ପରେ ଗତରାତିରେ ତାଙ୍କୁ ଉଠାଇଥିଲା ଛତିଶଗଡ଼ ପୋଲିସ । ଅନୁପଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଲୋକେ।ଅନୁପ ସାଏ ୨୦୦୦ ମସିହାରୁ ବ୍ରଜରାଜନଗରରୁ ୩ ଥର କଂଗ୍ରେସ ବିଧାୟକ ଭାବେ ଲଗାତାର ନିର୍ବାଚିତ ହୋଇଛନ୍ତି ।୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇ ନିର୍ବାଚନ ଲଢ଼ି ହାରିଥିଲେ।ତେବେ ତାଙ୍କୁ ରାଜ୍ୟ ପଣ୍ୟାଗାର ନିମଗର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା। ଆଉ ଏବେ ଏହି ନୂଆ ଖବର ଆସିବା  ପରେ  ତାଙ୍କୁ ଏହି ପଦରୁ ହଟାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଖାଲି ସେତିକିନୁହେଁ ବିଜେଡିରୁ ମଧ୍ୟ ବହିଷ୍କାର କରିଦିଆଯାଇଛି।