ଷଷ୍ଠ ଦିନରେ ପହଞ୍ଚିଲା ଲକଡାଉନ

ଷଷ୍ଠ ଦିନରେ ପହଞ୍ଚିଲା ଲକଡାଉନ

ଓଡିଶା ଜିଲ୍ଲା ରାୟଗଡା
  #ଷଷ୍ଠ_ଦିନରେ_ପହଞ୍ଚିଲା_ଲକଡାଉନ         ରାୟଗଡା   :  ( ଗୁରୁ ପ୍ରସାଦ ସାହୁ) ରାୟଗଡା ଜିଲ୍ଲାରେ କୋରୋନା ଜୀବାଣୁ ଠାରୁ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ଜାରୀ ରହିଥିବା ଲକ ଡାଉନ  ଷଷ୍ଠ ଦିନରେ ପହଞ୍ଚିଛି। ଏହି ଲକ ଡାଉନ ର ପ୍ରଭାବ ଜନତା ଙ୍କ ଉପରେ ଦେଖିବାକୁ ମିଳିଛି। ଦିନ ମଜୁରିଆ, ଚାଷୀ, ଶ୍ରମିକ ମାନଙ୍କ ହାତ ବନ୍ଧା ପଡ଼ିଛି । ଅନ୍ୟ ପଟେ ପନିପରିବା, ମାଛ, ଚିକେନ, ଛେଳି ମାଂସ ଦର ଏହି ୬ ଦିନ ମଧ୍ୟରେ କ୍ଷିପ୍ର ଗତିରେ ବଢି ଚାଲିଛି। ଗୋଟିଏ ପଟେ ମାଛ କିଲୋ ୧୮୦ରୁ ୨୦୦, ଚିକେନ କିଲୋ ୨୦୦ରୁ ୨୫୦, ଛେଳି ମାଂସ କିଲୋ ୬୦୦ ରୁ ୮୦୦, ଏପରିକି ରାୟଗଡା ରେ ଥିବା ସରକାରୀ ମଦ ଦୋକାନ ୫ ଦିନ ଧରି ସିଲ ପଡିଥିବା ଯୋଗୁଁ କିଛି ଅସାଧୁ ଓ କଳା ବଜାରି ପୂର୍ବରୁ ଗଛିତ ରଖିଥିବା ମଦ କୁ ବିକ୍ରି ଦର ଠାରୁ ଦୁଇ ଗୁଣ, ତିନି ଗୁଣ ରେ ବିକ୍ରି କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏପରି କି ଜିଲ୍ଲାର ସମସ୍ତ ଦୋକାନ ବନ୍ଦ ଥିବା ଯୋଗୁଁ ପାନ ଦୋକାନୀ ମାନେ ବିଭିନ୍ନ ପ୍ରକାର ଗୁଟକା ଓ ପାନ ମସଲା କୁ ମଧ୍ୟ ଚଢା ଦରରେ ବିକ୍ରି କରୁଥିବା ଶୁଣିବାକୁ ମିଳୁଛି।ପନି ପରିବ ଓ ଆମିଷ ଜାତ ଖାଦ୍ୟର ଦର ବର୍ଦ୍ଧିତ ହେବାରେ ମୁଖ୍ୟ କାରଣ ଚକ ଅଖ ବନ୍ଦ ଯୋଗୁଁ ଏପରି ସମସ୍ୟା ଦେଖିବାକୁ ମିଳୁଛି। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଗୁରୁତ୍ୱ ଦେଇ ଆସୁଛନ୍ତି ।  ଏପରି ଦର ଦାମ ବୃଦ୍ଧି କୁ ଜିଲ୍ଲା ବାସୀ ନଜର ଅନ୍ଦାଜ କରି କିଛି ଦିନ ଏହି ଲକ ଡାଉନ କୁ କଡା କଡ଼ି ପାଳନ କରିବା ଆମର ମୂଳ ଧର୍ମ । ମାତ୍ର ଅଳ୍ପ କେଇଦିନ ଏହି ଚଢା ଦର ର ଖାଦ୍ୟ ସାମଗ୍ରୀ କୁ ନିଜ ଠାରୁ ଦୂରରେ ରଖିବା ଏକ ବୁଦ୍ଧିମାନ ନାଗରିକର କର୍ତ୍ତବ୍ୟ। ରାୟଗଡା ଜିଲ୍ଲା ପ୍ରଶାସନ ଓ ପୋଲିସ ଏଥି ପ୍ରତି ସଜାଗ ହୋଇ ରହିଛନ୍ତି ଓ ଆଗକୁ ମଧ୍ୟ ଆହୁରି ସଜାଗ ହୋଇ କାର୍ଯ୍ୟ କରିବେ ବୋଲି ଜିଲ୍ଲା ବାସୀ ଆଶା ବାନ୍ଧିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୋଲିସ ର ନିଷ୍ଠା ଓ ଅକ୍ଲାନ୍ତ ଦିନ ରାତି ପରିଶ୍ରମ କୁ ଜିଲ୍ଲା ବାସୀ ସାଧୁବାଦ ଜଣାଇ ବା ସହ ଜିଲ୍ଲା ବାସୀ ସରକାରଙ୍କ ସହ ଏହି ଲକଡାଉନ ରେ ପୂର୍ଣ ମାତ୍ରାରେ ସହଯୋଗ କରିବେ ବୋଲି ଶପଥ ନେଇଛନ୍ତି ରାୟଗଡା ଜିଲ୍ଲା ବାସୀ।