ମା’ ମାଉଲିଙ୍କ ଯାତ୍ରାରେ ଅଦ୍ଭୁତ ପରମ୍ପରା,ମାନସିକ ପୂରଣ ହେଲେ ଭକ୍ତ ଖାଆାନ୍ତି ଚାବୁକ ମାଡ

ମା’ ମାଉଲିଙ୍କ ଯାତ୍ରାରେ ଅଦ୍ଭୁତ ପରମ୍ପରା,ମାନସିକ ପୂରଣ ହେଲେ ଭକ୍ତ ଖାଆାନ୍ତି ଚାବୁକ ମାଡ

ପର୍ଯ୍ୟଟନ ଓଡିଶା ବଡ ଖବର

#ମାନସିକ_ପୂରଣ_ହେଲେ_ଭକ୍ତ_ଖାଆାନ୍ତି_ଚାବୁକ_ମାଡ     ମାଲକାନଗିରି :  ମନସ୍କାମନା ପୂରଣ ନିମନ୍ତେ ବହୁ ଦେବାଦେବୀଙ୍କ ନିକଟରେ ମାନସିକ କରିଥାନ୍ତି ଶ୍ରଦ୍ଧାଳୁ। ହେଲେ ଏପରି ଏକ ପୀଠ ମାଲକାନଗିରି ଜିଲ୍ଲାରେ ଅଛି, ଯେଉଁଠି  ମାନସିକ ପୂରଣ ହେବା ପରେ ପୂଜକଙ୍କଠାରୁ ଖାଇବାକୁ ପଡ଼େ ଚାବୁକ ପାହାର ।  ଶରୀରକୁ କଷ୍ଟ ହେବା ସତ୍ତ୍ୱେ ମାନସିକଧାରୀ ଏହାର କୌଣସି ପ୍ରତିବାଦ କରିନଥାନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରକୋଣ୍ଡା ଅଞ୍ଚଳର ମା’ ମାଉଲିଙ୍କ ଯାତ୍ରାରେ ।

କୋରକୋଣ୍ଡାରେ ଦୁଇବର୍ଷରେ ଥରେ ମା’ ମାଉଲିଙ୍କ ଯାତ୍ରା ହୋଇଥାଏ। ଏହି ଯାତ୍ରାରେ ମାନସିକଧାରୀମାନେ ମା’ଙ୍କ ନିକଟକୁ ଆସି ମା’ଙ୍କ ଆର୍ଶୀବାଦ ନେବା ସହ ପୂଜକଙ୍କଠାରୁ ଚାବୁକରେ ମାଡ଼ ଖାଇଥାନ୍ତି।