ରାସ୍ତାରେ ଓଲଟିଲା ବସ୍‌ : ୨ ଯାତ୍ରୀଙ୍କ ମୃତ୍ୟୁ

ଓଡିଶା ଜିଲ୍ଲା ନବରଙ୍ଗପୁର ବଡ ଖବର

#ରାସ୍ତାରେ_ଓଲଟିଲା_ବସ୍‌_୨_ଯାତ୍ରୀଙ୍କ_ମୃତ୍ୟୁ  ନବରଙ୍ଗପୁର : ନବରଙ୍ଗପୁରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗାଡ଼ି ସାମ୍ନାକୁ ଗୋଟିଏ ଗାଈ ଚାଲି ଆସିବାରୁ ଚାଳକ ହଠାତ ବ୍ରେକ୍‌ ମାରିବାରୁ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।ପ୍ରାୟ ସାଢ଼େ ୧୨ଟା ବେଳେ ଜେକେ ବସ୍‌ କୋରାପୁଟ୍‌ ଜିଲ୍ଲା ଜୟପୁରରୁ ଚନ୍ଦାହାଣ୍ଡି ଅଭିମୁଖେ ଆସିଥିଲା। ତେବେ ପାପଡ଼ାହାଣ୍ଡି ଥାନା ମୃଗ ବିହାର ନିକଟରେ ବସ୍‌ ଅଗକୁ ହଠାତ ଏକ ଗାଈ ଚାଲି ଆସିଥିଲା। ଗାଈ ଜୀବନ ବଞ୍ଚାଇବାକୁ ଯାଇ ଚାଳକ ହଠାତ୍‌ ବସ୍‌ର ବ୍ରେକ ମାରିଥିଲେ। ଫଳରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣା ସ୍ଥଳରେ ବସ୍‌ ଭିତରେ ଥିବା ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ୧୫ ଜଣ ଯାତ୍ରା ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ, ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପାପଡ଼ାହାଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।