ଆଜିର ରାଶିଫଳ

ରାଶିଫଳ

ମେଷ: ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ବ୍ୟବସାୟରେ ଉନ୍ନତି। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ବୃଷ: ଆତ୍ମବିଶ୍ବାସଭରା ରହିବେ। ଆପଣଙ୍କ ସକରାତ୍ମକ ମନ୍ତବ୍ୟ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ।

ମିଥୁନ: କୌଣସି ସ୍ବତନ୍ତ୍ର ବିଷୟରେ ଜୀବନସାଥୀଙ୍କ ସହ ଆଲୋଚନା କରିବେ। ଅଫିସରେ ସହଯୋଗ ମିଳିବ। ବ୍ୟବସାୟରେ ଲାଭ।

କର୍କଟ: ଜୀବନସାଥୀଙ୍କ ଠାରୁ ପୂର୍ଣ୍ଣ ସମଥର୍ନ ମିଳିବ। ବେପାରରେ ଲାଭ ହେବାର ଆଶା। ବନ୍ଧୁମାନଙ୍କ ସହ ବାର୍ତ୍ତାଳାପରେ ଅଧିକ ସମୟ ବିତିବ।

ସି˚ହ: ଏକକାଳୀନ ଅନେକ କାମ ସମ୍ଭାଳିବାକୁ ପଡ଼ିବ। ପୈତୃକ ସ˚ପତ୍ତିର ଭାଗବଣ୍ଟା ଆପଣଙ୍କ ପକ୍ଷରେ ରହିବ। ଚାକିରିଜୀବୀଙ୍କୁ ପାରିତୋଷିକ ମିଳିପାରେ।

କନ୍ୟା: ସ୍ବଭାବରେ ଗାମ୍ଭୀର୍ଯ୍ୟତା ଭରିରହିବ। ନିର୍ଦ୍ଦିଷ୍ଟ କାର୍ଯ୍ୟରେ ବ୍ୟସ୍ତ ରହିବେ। ବ୍ୟବସାୟରେ ନୂଆ ନେଣଦେଣ ହୋଇପାରେ।

ତୁଳା: ପରିବାର ସହିତ ମନ୍ଦିରକୁ ଯିବେ। ମନରେ ସକରାତ୍ମକ ଶକ୍ତି ସ˚ଚାର ହେବ। ମହତ୍ତ୍ବପୂର୍ଣ୍ଣ ସମାଚାର ପାଇବେ। କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ।

ବିଛା: କାମ ଅଧିକ, ଲାଭ କମ୍‌ ମିଳିବାର ଆଶା। କୌଣସି ପାରିବାରିକ ସମାରୋହକୁ ଯାଇପାରନ୍ତି। ବ୍ୟବସାୟରେ ଉନ୍ନତି।

ଧନୁ: ବାପାଙ୍କ ଠାରୁ ସ୍ନେହ ଓ ଆଶୀର୍ବାଦ ମିଳିବ। କ୍ୟାରିଅରରେ ଉନ୍ନତି। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

ମକର: ଆପଣଙ୍କ କାମରେ ଅନ୍ୟମାନେ ପ୍ରଭାବିତ ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ରହିବ। କ୍ଷତି ଘଟାଇବା ପାଇଁ ବିରୋଧୀମାନେ ପ୍ରୟାସ କରି ଅସଫଳ ହେବେ।

କୁମ୍ଭ: ପୁରୁଣା କଥାକୁ ନେଇ ଚିନ୍ତାମଗ୍ନ ରହିପାରନ୍ତି। ଧନ-ସ˚ପତ୍ତି ମାମଲାରେ ବୁଦ୍ଧିମତ୍ତାର ସହିତ କାମ କରନ୍ତୁ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

ମୀନ: କୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତି। ଜୀବନସାଥୀଙ୍କ ଠାରୁ ପ୍ରଶ˚ସା ମିଳିବ। ରାଜନୀତିରେ ମନୋକାମନା ପୂରଣ ହେବ। ଘରକୁ କୁଣିଆ ଆସିପାରନ୍ତି।