ତହସିଲଦାର ଖାଇବେ ବୋଲି ରାସ୍ତାକଡ ହୋଟେଲ ଖୋଲିଲା

ତହସିଲଦାର ଖାଇବେ ବୋଲି ରାସ୍ତାକଡ ହୋଟେଲ ଖୋଲିଲା

ଓଡିଶା ଜିଲ୍ଲା ପୁରୀ ବଡ ଖବର
#ହୋଟେଲ_ଖୋଲି_ଖାଇଲେ_ତହସିଲଦାର             ପିପିଲି : ( ବିଜୟ କୁମାର ମହାପାତ୍ର ) ପିପିଲି ଦାନଗୋହୀରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ୩ ଗାଁକୁ ସଟ୍ ଡାଉନ ଘୋଷଣା କରାଯାଇଛି । ଏହାସହ ପିପିଲି ଉପରେ ଜିଲ୍ଲା ପ୍ରଶାସନ କଡା ନଜର ରଖିଛି । ସାରା ଇଲାକା ଲକ୍ ଡାଉନକୁ ଅଧିକ କଡାକଡି କରାଯାଇଛି, ଦୋକାନ ବଜାର ବନ୍ଦ କରିବା ପାଇଁ ଅପିଲ କରାଯାଉଛି । ପିପିଲିରେ କରୋନା ମୁକାବିଲା ପାଇଁ ସମୁଦ୍ରକୂଳ ଥାନା ଅଧିକାରୀ ଶରତ କୁମାର ସାହୁଙ୍କୁ ପୁରୀ ଏସପି ଦାୟିତ୍ୱ ପ୍ରଦାନ କରିଛନ୍ତି ।
ପିପିଲିରେ କରୋନା ସଂକ୍ରମଣ ରୋକିବା ପାଇଁ ଚଢ଼ାଉ ଜୋରଦାର ହେବା ସହ ଗିରଫ ସଂଖ୍ୟା ବି ବଢ଼ୁଛି । ଠିକ୍ ଏତିକି ବେଳେ ପିପିଲିରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଜାତୀୟ ରାଜପଥ କଡରେ ଅନୁମତି ନଥିବା ଏକ ହୋଟେଲରେ ପିପିଲି ତହସିଲଦାରଙ୍କ ପାଇଁ ବରାଦି ଖାଦ୍ୟ ପରଷା ଯାଇଥିବା ଚିତ୍ର ସାମ୍ନାକୁ ଆସିଛି । ଜିଲ୍ଲା ପ୍ରଶାସନ ଜାତୀୟ ରାଜପଥ କଡରେ ତେଇଶିପୁର ଓ ଗୁଡିଆପୋଖରୀରେ ଦୁଇଟି ହୋଟେଲ ଖୋଲିବା ପାଇଁ ଅନୁମତି ଦେଇଛି । କିନ୍ତୁ ତହସିଲଦାର ପିପିଲି ସପନ କୁମାର ନନ୍ଦ ସେଠାରେ ନଖାଇ ମଙ୍ଗଳପୁର ନିକଟ ରାସ୍ତାକଡରେ ଥିବା ହୋଟେଲ କମଲରେ ଖାଦ୍ୟ ବରାଦ ଦେବା ସହ ନିଜେ ସଟର ଆଗ ପଟୁ ଟେକି ଭିତରେ ବସି ଖାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଖାଲି ସେତିକି ନୁହେଁ, ତହସିଲଦାର ଓ ତାଙ୍କ ଡ୍ରାଇଭର ସେଠାରେ ଖାଇବା ସହ ପାର୍ସଲ ହୋଇଥିବା କିଛି ଖାଦ୍ୟ ପୁଡିଆ ମଧ୍ୟ ସାଙ୍ଗରେ ନେଇ ଆସିଥିଲେ । ବଡକଥା ହେଉଛି, ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥିବା ବେଳେ ଏହି ହୋଟେଲକୁ ଖୋଲି ରୋଷେଇ କରିବାକୁ ଅନୁମତି କିଭଳି ଦିଆଗଲା ଓ ତହସିଲଦାରଙ୍କ ଭଳି ମାଜିଷ୍ଟ୍ରେଟ କ୍ଷମତା ଉପଭୋଗ କରୁଥିବା ଜଣେ ବରିଷ୍ଠ ସରକାରୀ ଅଧିକାରୀ କାହାକୁ ଖାତିର ନକରି ସରକାରୀ କଳର ଲକ୍ଷ୍ମଣରେଖା ପାର କରି ସେଠାକୁ ଖାଇବାକୁ ଗଲେ ତାହା ସାଧରଣ ଜନତାଙ୍କ ପାଇଁ ଚିନ୍ତାର ବିଷୟ । ଆଇନ ତିଆରି କରୁଥିବା ବଡ ବଡିଆ ବାବୁଙ୍କୁ ଛାଡ କିନ୍ତୁ ଗାଁ ଗହଳିରେ ସାଧରଣ ଲୋକଙ୍କ ପାଖରେ ଲାଗୁ ବୋଲି ସାଧରଣରେ ପ୍ରଶ୍ନ ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ-୧୯ ମହାମାରୀ ସମୟରେ ସମସ୍ତ ହୋଟେଲକୁ ବନ୍ଦ କରାଯାଇଥିବା ବେଳେ ଜଣେ ସରକାରୀ ଅଧିକାରୀଙ୍କ ପାଇଁ ସମ୍ପୃକ୍ତ ହୋଟେଲ କମଲକୁ ଖୋଲିବାକୁ ଅନୁମତି ଦିଆଯିବା ଆଇନ ବିରୁଦ୍ଧ କି ନୁହେଁ ତାହାକୁ ନେଇ ଏବେ ସାଧାରଣରେ ତଦନ୍ତ ପାଇଁ ପ୍ରଶ୍ନ ଉଠିଛି । ସୂଚନାଯୋଗ୍ୟ, ତହସିଲଦାର ସେଠାରୁ ଯିବା ପରେ କିଛି ମଦ୍ୟପ ସମ୍ପୃକ୍ତ ହୋଟେଲରୁ ପାମ୍ପଡ ଓ ଚାଖେଣା ଆଣି ହୋଟେଲ ସାମ୍ନାରେ ମଦ୍ୟପାନ କରିଥିଲେ ।