୬ ମାସର ଘରଭଡା ଛାଡ କର-ସମାଜବାଦୀପାର୍ଟି

୬ ମାସର ଘରଭଡା ଛାଡ କର-ସମାଜବାଦୀପାର୍ଟି

ଓଡିଶା ବଡ ଖବର ମହାନଗର

#୬ମାସର_ଘରଭଡା_ଛାଡ_କର                ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ବହୁ ଛୋଟ ଓ ମଧ୍ୟମ ଶିଳ୍ପ ସବୁ ବନ୍ଦ ହୋଇଗଲାଣି । ଦେଶରେ ତଥା ଆମ ରାଜ୍ୟରେ ହଜାର ହଜାର ଲୋକ ଜୀବିକା ହରେଇଲେଣି । ଏକ ଆକଳନ ଅନୁଯାୟୀ ସରକାରୀ ଓ ବେସରକାରୀ କ୍ଷେତ୍ରରେ କରୋନା ସଂକ୍ରମଣରେ ୧୨ କୋଟି ଲୋକ ବେରୋଜଗାର ହୋଇଛନ୍ତି ଏବଂ ଏହା ଆଗକୁ ଆହୁରୀ ବଢ଼ିବାର ଆଶଙ୍କା ଦେଖା ଦେଇଛି । କିନ୍ତୁ ଦୁଃଖର କଥା ଏହି ବିପତ୍ତି ବେଳେ ଘର ଭଡା ନେଇ ରହୁଥିବା ଲୋକମାନେ ଘରଭଡା ଦେଇପାରୁନାହାନ୍ତି । ଘରଭଡା ଛାଡ ଆନ୍ଦୋଳନ ଦେଶ/ ବିଦେଶରେ ଦାନା ବନ୍ଧିଳାଣି । ଆମେରିକା, ଇରୋପରେ ୬ ମାସର ଘରଭଡା ଛାଡ କରିବା ପାଇଁ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏବଂ ସେଥିପାଇଁ ଆଇନ କରିବାକୁ ଦାବି କରୁଛନ୍ତି । ଆମ ରାଜ୍ୟ ଓ ଦେଶରେ ଅଗଷ୍ଟ ମାସ ପର୍ଯ୍ୟନ୍ତ ଘରଭଡା ଛାଡ କରିବାକୁ ସମାଜବାଦୀ ପାର୍ଟି ଦାବୀ କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ଚିଠି ଲେଖି ସରକାରୀ କ୍ୱାଟର ଭଡା ୬ ମାସ ଛାଡ କରିବାକୁ ଦାବି କରିବା ସହିତ ଘରମାଲିକମାନେ ଘରଭଡା ଛାଡ କରିବାକୁ ଦାବୀ କରିଛନ୍ତି ।