୬ ଜିଲ୍ଲାରେ ପ୍ରବଳ ବର୍ଷିବ

୬ ଜିଲ୍ଲାରେ ପ୍ରବଳ ବର୍ଷିବ

ଓଡିଶା

#୬_ଜିଲ୍ଲାରେ_ପ୍ରବଳ_ବର୍ଷିବ            ଭୁୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏଥିନେଇ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି । ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ , ଦେବଗଡ, ଝାରସୁଗୁଡା , ସମ୍ବଲପୁର କେନ୍ଦୁଝର ଓ ମୟୁରଭଂଜ । ଏହି ସବୁ ଜିଲ୍ଲା ଗୁଡିକରେ ଶନିବାର ସକାଳ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସେହିପରି ଉତର ଉପକୂଳ ଓଡିଶା ସମେତ ଗଂଜାମ, ନୟାଗଡ , ଖୋର୍ଦ୍ଧା,କନ୍ଧମାଳ , ମୟୁରଭଂଜ, କେନ୍ଦୁଝର ଓ ଢେଙ୍କାନାଳରେ ବଜ୍ରପାତ ହେବାର ସମ୍ଭାବନା ରହିଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବଜ୍ରପାତ ସମୟରେ ଘରୁ ନବାହାରିବାକୁ ସତର୍କ କରାଯାଇଛି ।