କରୋନାରୁ ସୁସ୍ଥ ହେଲେ ଆଉ ୧୫୩ ଆକ୍ରାନ୍ତ

କରୋନାରୁ ସୁସ୍ଥ ହେଲେ ଆଉ ୧୫୩ ଆକ୍ରାନ୍ତ

ଓଡିଶା

#କରୋନାରୁ_ସୁସ୍ଥ_ହେଲେ_ଆଉ_୧୫୩_ଆକ୍ରାନ୍ତ        ଭୁୁବନେଶ୍ୱର  :   ରାଜ୍ୟରେ ଶୁକ୍ରବାର ଦିନ୧୬ ଜିଲ୍ଲାରୁ ୧୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୨୦୦ରେ ପହଂଚିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି କଟକ ଜିଲ୍ଲାରୁ ସର୍ବାଧିକ ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ଜଗତ୍ସିଂହପୁର ଜିଲ୍ଲାରୁ ୨୧ ଜଣ, କନ୍ଧମାଳ ଜିଲ୍ଲାରୁ ୧୮ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୨ ଜଣ, ଭଦ୍ରକ ଜିଲ୍ଲାରୁ ୧୧ ଜଣ, ଗଜପତି ଜିଲ୍ଲାରୁ ୯ ଜଣ, କଳାହାଣ୍ଡି ଜିଲ୍ଲାରୁ ୭ ଜଣ, ବାଲେଶ୍ୱର, ଦେବଗଡ଼, ଗଂଜାମ, ମୟୂରଭଂଜ, ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ବଲାଙ୍ଗୀର, ଝାରସୁଗୁଡ଼ା ନୟାଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କୋରାପୁଟରୁ ଜଣେ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ ଏପର୍ଯ୍ୟନ୍ତ ୨ ଲକ୍ଷ ୧୬ ହଜାର ୬୦୭ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି । ଆଜି ପର୍ଯ୍ୟନ୍ତ ମୋଟ ୪୬୭୭ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତମାନ ୧୫୧୯ଟି ସକ୍ରିୟ ମାମଲା ରହିଛି ।