ଦୁଇ ଓଡିଆ ଶହୀଦଙ୍କ ଶେଷ କୃତ୍ୟ ସମ୍ପନ୍ନ

ଦୁଇ ଓଡିଆ ଶହୀଦଙ୍କ ଶେଷ କୃତ୍ୟ ସମ୍ପନ୍ନ

ଓଡିଶା ବଡ ଖବର

#ଦୁଇ_ଓଡିଆ_ଶହୀଦଙ୍କ_ଶେଷ_କୃତ୍ୟ_ସମ୍ପନ୍ନ               ଭୁୁବନେଶ୍ୱର : ଲଦାଖର ଗଲୱାନ ଉପତ୍ୟକାରେ ଭାରତ-ଚୀନ ଲଢେଇରେ ଶହୀଦ ହୋଇଥିବା ଦୁଇ ଓଡିଆ ଜବାନଙ୍କ ଶେଷ କୃତ୍ୟ ସେମାନଙ୍କର ଜନ୍ମ ମାଟିରେ ସମ୍ପନ୍ନ୍ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ସହିଦ ନନ୍ଦୁରାମ ସୋରେନଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛନ୍ତି । ତାଙ୍କ ଗାଁ ବଡ଼ଚମ୍ପାଉଦାଠାରେ ମରଶରୀରରେ ପୁତୁରା କାହ୍ନୁ ମାଝି ମୁଖାଗ୍ନି ଦେଇଥିଲେ ଷ ଏହା ପୂର୍ବରୁ ସହିଦ ନନ୍ଦୁରାମ ସୋରେନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହି ଅବସରରେ ସେଠାରେ ମୟୂରଭଞ୍ଜ ଲୋକସଭା ସଦସ୍ୟ ବିଶେଶ୍ୱର ଟୁଡୁ, ମନ୍ତ୍ରୀ ସୁଦାମ ମାରାଣ୍ଡି, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ସେହିପରି କନ୍ଧମାଳ ଜିଲ୍ଲା ରାଇକିଆ ବିଅରପାଙ୍ଗାର ସହିଦ ଓଡିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଇକିଆରେ ସହିଦଙ୍କ ପାର୍ôଥବ ଶରୀର ପହଂଚିବା ପରେ ମହୋତ୍ସବ ପଡ଼ିଆରେ ସହିଦ ଚନ୍ଦ୍ରକାନ୍ତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ସହିଦଙ୍କ ପାର୍ôଥବ ଶରୀରକୁ ଏହା ପରେ ବିରାଟ ଶୋଭାଯାତ୍ରାରେ ଜନ୍ମମାଟିକୁ ନିଆଯାଇଥିଲା । ରାସ୍ତାରେ ଶହ ଶହ ଲୋକ ସାମିଲ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଭାରତ ମାତା କି ଜୟ ଓ ଚନ୍ଦ୍ରକାନ୍ତ ଅମର ରହେ ନାରାରେ ସହିଦଙ୍କ ଜନ୍ମମାଟି ଉଛୁଳି ଉଠିଥିଲ