୧୭ ଜିଲ୍ଲାରୁ ସୁସ୍ଥ ହେଲେ ୧୪୬ କରୋନା ଆକ୍ରାନ୍ତ

୧୭ ଜିଲ୍ଲାରୁ ସୁସ୍ଥ ହେଲେ ୧୪୬ କରୋନା ଆକ୍ରାନ୍ତ

ଓଡିଶା ବଡ ଖବର

#୧୭_ଜିଲ୍ଲାରୁ_ସୁସ୍ଥ_ହେଲେ_୧୪୬_କରୋନା_ଆକ୍ରାନ୍ତ                 ଭୁବନେଶ୍ୱର  : ରାଜ୍ୟରେ ସୋମବାର ଦିନ ୧୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧୭ ଜିଲ୍ଲାରୁ ୧୪୬ ଜଣ ସୁସ୍ଥ ହେବା ପରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୮୫୪ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମଙ୍ଗଳବାର ସକାଳେ ୧୪୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ସୂଚନା ଅନୁଯାୟୀ ସୁସ୍ଥଙ୍କ ମଧ୍ୟରେ କଟକ ଜିଲ୍ଲାର ୨୬ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୨୩ ଜଣ , ଗଂଜାମ ଜିଲ୍ଲାର ୧୮ ଜଣ , ମୟୁରଭଂଜ ର ୧୩ ଜଣ, ଗଜପତି ଜିଲ୍ଲାର ୧୨ ଜଣ, ଭଦ୍ରକ ଜିଲ୍ଲାର ୧୧ ଜଣ, ବଲାଙ୍ଗୀର ଜିଲ୍ଲାର ୧୧ ଜଣ ରହିଛନ୍ତି । ସେହିପରି କନ୍ଧମାଳ,କୋରାପୁଟ ଓ ରାୟଗଡା ଜିଲ୍ଲାର ୫ ଜଣ ଲେଖାଏଁ ରହିଥିବା ବେଳେ ୪ ଜଣ କଳାହାଣ୍ଡିର , ଯାଜପୁର ଓ ନୟାଗଡ ଜିଲ୍ଲାର ୩ ଜଣ , ଢେଙ୍କାନାଳ , ନୂଆପଡା ଓ ପୁରୀ ଜିଲ୍ଲାର ୨ ଜଣ ଏବଂ ଜଗତସିଂହପୁର ଜିଲ୍ଲାର ଜଣେ ରହିଛନ୍ତି ।
ସୋମବାର ସୁଦ୍ଧା ୨୦୨୫୧୩ ନମୂନା ପରୀକ୍ଷଣ ହୋଇଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫ କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ୨୮୫୪ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।