କରୋନା ପାଇଁ ଯାଜପୁର ଜିଲ୍ଲାରେ ଲାଗୁହେଲା କଟକଣା

ଭୁବନେଶ୍ୱରରେ ପୁଣି ୫ ଆକ୍ରାନ୍ତ ଚିହ୍ନଟ

ଓଡିଶା ବଡ ଖବର

#ଭୁବନେଶ୍ୱରରେ_ପୁଣି_୫_ଆକ୍ରାନ୍ତ_ଚିହ୍ନଟ            ଭୁବନେଶ୍ୱର  :   ଭୁବନେଶ୍ୱରରୁ ସୋମବାର ୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭ରେ ପହଂଚିଛି । ୫ ଜଣଙ୍କ ମଧ୍ୟରୁ ୩ ଜଣ ହୋମ୍ କ୍ୱାରାଂଟାଇନ୍ ରେ ଥିବା ବେଳେ ୨ ଜଣ ଲୋକାଲ କେସ୍ ରହିଛନ୍ତି । ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍(ବିଏମସି) ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଚିନ୍ତାମଣିଶ୍ୱର ଅଂଚଳର ବୁଦେ୍ଧଶ୍ୱର ମନ୍ଦିର ନିକଟରୁ ୩୧ବର୍ଷୀୟ ବ୍ୟକ୍ତି ସେ ଦିଲ୍ଲୀ ଫେରନ୍ତା । ପଟିଆ ଅଂଚଳର ୪୧ ବର୍ଷୀୟ ବ୍ୟକ୍ତି ସାଉଦି ଆରବିଆ ରୁ ଫେରିଛନ୍ତି । ସେହିପରି ଖଣ୍ଡଗିରିସ୍ଥିତ କୋଳଥିଆର ୨୬ବର୍ଷିୟ ମହିଳା ପଶ୍ଚିମବଙ୍ଗ ମେଦିନିପୁରରୁ ଫେରିଥିଲେ ।
ଏମାନଙ୍କ ବ୍ୟତୀତ ନୟାପଲ୍ଲୀସ୍ଥିତ ବେହେରା ସାହିର ୩୭ବର୍ଷିୟ ମହିଳା ରହିଛନ୍ତିି । ସେ ଅନ୍ୟ ଜିଲ୍ଲାରୁ ଗତ ଜୁନ ୮ତାରିଖରେ ଭୁବନେଶ୍ୱରକୁ ଆସିଥିଲେ । ଅନ୍ୟପକ୍ଷରେ ପଂଚମ ଆକ୍ରାନ୍ତ ଜଣକ ଏକ ଘରୋଇ ଡାକ୍ତରଖାନାର ୨୮ବର୍ଷିୟ ମହିଳା କର୍ମଚାରୀ । ଜୁନ ୧୧ରେ ଅନ୍ୟ ରାଜ୍ୟରୁ ଭୁବନେଶ୍ୱରକୁ ଆସିଥିଲେ ବୋଲି ସୂଚନା ଦେଇଛି ବିଏମସି । ଏହି ସବୁ ଅଂଚଳକୁ ଏବେ ସାନିଟାଇଜ କରାଯାଉଥିବା ବେଳେ ୫ କରୋନା ଆକ୍ରାନ୍ତ କାହା କାହା ସଂସ୍ପର୍ଶରେ ଆସିଥିଲେ, ସେ ନେଇ ଅନୁସନ୍ଧାନ ଜାରି ରହିଛି ।
ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୧୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୧ ଜଣ ସୁସ୍ଥ ହୋଇଛନ୍ତି । ୩ଜଣ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ୫୨ଟି ସକ୍ରିୟ ମାମଲା ରହିଛି ।