ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ବିଜୟଙ୍କ ଅନ୍ତିମ ସଂସ୍କାର

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ବିଜୟଙ୍କ ଅନ୍ତିମ ସଂସ୍କାର

ଓଡିଶା ବଡ ଖବର ମନୋରଞ୍ଜନ

#ରାଷ୍ଟ୍ରୀୟ_ମର୍ଯ୍ୟାଦା_ସହ_ହେବ_ବିଜୟଙ୍କ_ଅନ୍ତିମ_ସଂସ୍କାର         ଭୁବନେଶ୍ବର  :   ଚଳଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ବିଜୟଙ୍କ ପରଲୋକ ଖବର ପାଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଅନ୍ତିମ ସଂସ୍କାର ନିମନ୍ତେ ନିର୍ଦେଶ ଦେଇଛନ୍ତି ।୧୯୫୦ ମସିହାରେ କେନ୍ଦ୍ରାପଡ଼ାର ପଣ୍ଡିରିରେ ଜନ୍ମ ହୋଇଥିଲେ ଓ ବାରିପଦାରେ ବଢ଼ିଥିଲେ ବିଜୟ।୧୯୭୭ରେ ‘ଚିଲିକା ତୀରେ’ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିଲେ ଓ ଏହି ଫିଲ୍ମ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଣିଦେଇଥିଲା । ଗତ କିଛି ମାସ ଧରି ହାଇଦ୍ରାବାଦରେ ଏକ ହସପିଟାଲରେ ହୃଦ ରୋଗ ପାଇଁ ଚିକିତ୍ସିତ ହେଉଥିଲେ ।