#ଜୁନ୍_୩୦_ପର୍ଯ୍ୟନ୍ତ_ବନ୍ଦ_ରହିବ_ସମସ୍ତ_ଧର୍ମାନୁଷ୍ଠାନ 

ରାଜ୍ୟରେ ଜୁନ୍ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ

ଓଡିଶା ବଡ ଖବର

#ଜୁନ୍_୩୦_ପର୍ଯ୍ୟନ୍ତ_ବନ୍ଦ_ରହିବ_ସମସ୍ତ_ଧର୍ମାନୁଷ୍ଠାନ            ଭୁବନେଶ୍ବର   :  ରାଜ୍ୟରେ ଜୁନ୍ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ  କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତାକାଲି ପୁରୀ ଜଗନ୍ନାଥ ମନ୍ଦିର ଓ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ସମେତ ଓଡ଼ିଶାର ୪୬ଟି ପ୍ରାଚୀନ ମନ୍ଦିର ଖୋଲିବ ବୋଲି ଘୋଷଣା ହେବା ପରେ ଏ ସଂକ୍ରାନ୍ତରେ ରାଜ୍ୟ ସରକାର ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟର କୌଣସି ଧର୍ମପୀଠ ଆସନ୍ତାକାଲି ଖୋଲିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ପୂର୍ବସୂଚନା ଅନୁସାରେ  ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଧର୍ମପୀଠ ଓ ଉପାସନାସ୍ଥଳୀ ବନ୍ଦରହିବ। ରବିବାର ମୁଖ୍ୟଶାସନ ସଚିବଙ୍କ ସ୍ବାକ୍ଷରରେ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଧୀନରେ ସଂରକ୍ଷିତ ୮୨୦ଟି ଐତିହାସିକ କିର୍ତ୍ତୀରାଜି ଖୋଲିବ ବୋଲି ଘୋଷଣା କରାଯାଇଥିଲା । ଏସବୁ କିର୍ତ୍ତୀରାଜିି ଉପାସନା ପୀଠ ଭାବେ ମାନ୍ୟତା ଲାଭ କରିଛି। ତେବେ ଏସବୁ ସ୍ଥାନରେ କେନ୍ଦ୍ର ଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିୟମକୁ ପାଳନ କରାଯିବ ବୋଲି ସୂଚନା ଦେଇଥିଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରହ୍ଲାଦ ସିଂ ପଟେଲ।

ଏହି ୮୨୦ଟି ଉପାସନା ପୀଠ ତଥା ଐତିହାସିକ କିର୍ତ୍ତୀରାଜି ମଧ୍ୟରେ ଓଡ଼ିଶାରେ ଥିବା ଏଏସଆଇ ଅଧୀନ ୪୬ଟି କିର୍ତ୍ତୀରାଜିି ଖୋଳିବା ପାଇଁ ମଧ୍ୟ ଅନୁମତି ମିଳିଥିବା ସୂଚନା କେନ୍ଦ୍ର ସରକାରଙ୍କ ଠାରୁ ଜାରି କରାଯାଇଥିଲା ।  ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ରାଜଧାନୀ ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର, ଅନନ୍ତ ବାସୁଦେବ ମନ୍ଦିର ଓ ଅନ୍ୟ ପ୍ରାଚୀନ ଶୈବପୀଠ, ଭୁବନେଶ୍ୱର ଉପକଣ୍ଠ ହୀରାପୁରସ୍ଥିତ ୬୪ ଯୋଗିନୀ ପୀଠ, ଢେଙ୍କାନାଳର ପ୍ରସିଦ୍ଧ ଶ୍ରୀ କପିଳାସ ପୀଠ ଆଦି ଉପସନାସ୍ଥଳୀ। ତେବେ କେନ୍ଦ୍ର ସରକାରଙ୍କ  ଘୋଷଣା ପରେ ରାଜ୍ୟ ସରକାର ଏହା ଓଡ଼ିଶାରେ ଲାଗୁ ହେବ ନାହିଁ .ବୋଲି ଏକ ବିଜ୍ଞପ୍ତି ଜରିଆରେ ସୂଚିତ କରିଛନ୍ତି।