ଜମ୍ମୁ-କାଶ୍ମୀର , ହିମାଚଳ ପ୍ରଦେଶରୁ ବିମାନ ଯୋଗେ ଫେରିଲେ ୩୫୦ରୁ ଅଧିକ ପ୍ରବାସୀ

ଜମ୍ମୁ-କାଶ୍ମୀର , ହିମାଚଳ ପ୍ରଦେଶରୁ ବିମାନ ଯୋଗେ ଫେରିଲେ ୩୫୦ରୁ ଅଧିକ ପ୍ରବାସୀ

ଓଡିଶା ବଡ ଖବର

#ବିମାନ_ଯୋଗେ_ଫେରିଲେ_୩୫୦ରୁ_ଅଧିକ_ପ୍ରବାସୀ            ଭୁବନେଶ୍ୱର : ଜମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ଫସି ରହିଥିବା ୩୫୦ ରୁ ଅଧିକ ପ୍ରବାସୀ ଓଡିଆଙ୍କୁ ଏୟାର ଏସିଆର ୩ଟି ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯାଉଅଛି । ଏହି ବିମାନ ଗୁଡିକ ଭୁବନେଶ୍ୱରରେ ରବିବାର ୧୧.୩୦, ୦୨.୩୦ ଏବଂ ୩.୩୦ ମିନିଟ ସମୟରେ ଭୁବନେଶ୍ୱରରେ ପହଂଚିଛନ୍ତି । ଏହି ପ୍ରବାସୀ ଓଡିଆ ମାନେ ଜାମ୍ମୁ-କାଶ୍ମୀରର ଅନନ୍ତନାଗ, ରାଜୌରୀ, ପୁଞ୍ଛ, ଜାମ୍ମୁ ଏବଂ ସାମ୍ବା ଜିଲ୍ଲା ଏବଂ ହିମାଚଳ ପ୍ରଦେଶର କାଙ୍ଗ୍ରା ଏବଂ ଉନ୍ନା ଜିଲ୍ଲାରୁ ଆସୁଛନ୍ତି ।
ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଉତ୍ସର୍ଗିକୃତ ଅଧିକାରୀ ମାନଙ୍କୁ ନେଇ ଗଠିତ ଦଳ ଗୁଡିକ ସମ୍ପୃକ୍ତ ରାଜ୍ୟସରକାର ଏବଂ ଫେରି ଆସୁଥିବା ପ୍ରବାସୀ ଓଡିଆ ମାନଙ୍କ ସହ ଯୋଗାଯୋଗ କରି, କୋଭିଡ୍-୧୯ ନିୟମାବଳୀ ଅନୁଯାୟୀ ଆବଶ୍ୟକ ସମସ୍ତ ଔପଚାରିକତା ସମ୍ପନ୍ନ କରି ଫେରିଆସୁଥିବା ପ୍ରତ୍ୟେକ ପ୍ରବାସୀ ଓଡିଆଙ୍କୁ ସେମାନେ ରହୁଥିବା ସ୍ଥାନରୁ ଜାମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶର ବିମାନ ବନ୍ଦରକୁ ଆଣିବାର ସମସ୍ତ ସୁବନ୍ଦୋବସ୍ଥ କରାଇଥିଲେ ।
ଆଣ୍ଡାମାନ ଓ ନିକୋବର ଦ୍ୱୀପ ପୁଞ୍ଜରେ ଫସି ରହିଥିବା ଓଡିଆଙ୍କୁ ନେଇ ଅନ୍ୟ ଏକ ବିମାନ ଆସନ୍ତାକାଲି ଭୁବନେଶ୍ୱରରେ ପହଂଚିବ । ଇତି ମଧ୍ୟରେ ଫେବୃଆରୀ ୩ ତାରିଖରେ ଓଡିଶା ସରକାର ୨୮୦ ରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡିଆଙ୍କୁ ବିଭିନ୍ନ ରାଜ୍ୟ ଯଥା ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ ଏବଂ ଆସାମରୁ ନିରାପଦ ଭାବରେ ଓଡିଶାକୁ ଫେରାଇ ଆଣିଛନ୍ତି ।

କୋଭିଡ-୧୯ ମହାମାରୀ ପରିପେକ୍ଷୀରେ ସମଗ୍ର ଦେଶରେ ଲକ୍ ଡାଉନ ଯୋଗୁଁ, ରାଜ୍ୟ ସରକାର ଦେଶର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀ ଓଡିଆ ଶ୍ରମିକ ମାନଙ୍କୁ ନିରାପଦ ଭାବରେ ରାଜ୍ୟକୁ ଫେରାଇ ଅରଣିବାକୁ ଅଭିଯାନ ହାତକୁ ନେଇଛନ୍ତି ।ଦୁର୍ଗମ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀ ଓଡିଆ ମାନଙ୍କୁ ଯେଉଁଠାରେ ରେଳ ସେବା ଉପଲବ୍ଧ ନାହିଁ ବା ଯାନବାହନ ଦ୍ୱାରା ସ୍ଥାନାନ୍ତରିତ କରିବା ମଧ୍ୟ ସମ୍ଭବପର ନୁହେଁ, ସେମାନଙ୍କୁ ବିମାନ ସେବା ଦ୍ୱାରା ରାଜ୍ୟକୁ ସ୍ଥାନାନ୍ତରିତ କରାଯିବ ।
ଦେଶରେ ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ସମସ୍ତ ପ୍ରବାସୀ ଓଡିଆଙ୍କୁ ନିରାପଦରେ ରାଜ୍ୟକୁ ଫେରାଇ ଅଣାଯିବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରୀ ରହିବ ।