ରାଜ୍ୟରେ ଆରମ୍ଭ ହେଲା ଟେଲି ମେଡ଼ିସିନ୍ ସେବା

ରାଜ୍ୟରେ ଆରମ୍ଭ ହେଲା ଟେଲି ମେଡ଼ିସିନ୍ ସେବା

ଓଡିଶା

#ରାଜ୍ୟରେ_ଆରମ୍ଭ_ହେଲା_ଟେଲି_ମେଡ଼ିସିନ୍_ସେବା         ଭୁବନେଶ୍ୱର   :   ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଟେଲି ମେଡ଼ିସିନ୍ ସେବା । କୋଭିଡ଼ କଟକଣା ପରିସ୍ଥିତି ଦୃଷ୍ଟିରୁ ସାଧାରଣ ରୋଗୀଟିଏ ଡାକ୍ତରଖାନା ଯିବା ସମ୍ଭବ ହୋଇପାରୁନଥିବା ବେଳେ ଡାକ୍ତରୀ ପରାମର୍ଶ ପାଇପାରୁ ନାହାନ୍ତି । ଏହାର ପ୍ରତିକାର ସ୍ୱରୂପ ସରକାର ଆରମ୍ଭ କରିଛନ୍ତି ଟେଲି ମେଡ଼ିସିନ୍ ସେବା ।ଏହା ଦ୍ୱାରା ରୋଗୀ ଫୋନ୍ ମାଧ୍ୟମରେ ଡାକ୍ତରଙ୍କ ସହ ସିଧାସଳଖ ଯୋଗାଯୋଗ କରି ରୋଗର ଉପଚାର କରିପାରିବେ ।
ଏହି ସେବାପ୍ରଥମେ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୭ଟି ସରକାରୀ ମେଡ଼ିକାଲ୍ କଲେଜ୍, ରାଉରକେଲାର ଆରଜିଏଚ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, କଟକସ୍ଥିତ ଆଚାର୍ଯ୍ୟ ହରିହର ଉପାଧ୍ୟୁତର କର୍କଟ ପ୍ରତିଷ୍ଠାନ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଉପାଧ୍ୟୁତର ଶିଶୁରୋଗ ପ୍ରତିଷ୍ଠା ଏହିପରି ମୋଟ ୪୧ଟି ସ୍ତାନରେ ଆରମ୍ଭ ହୋଇଛି ।
୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲ, ବଲାଙ୍ଗୀରର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ, ବାଲେଶ୍ୱରର ଫକୀର ମୋହନ ମେଡ଼ିକାଲ କଲେଜ ଓ ହସ୍ପିଟାଲ, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଏହିସେବା ବହିର୍ବିଭାଗ ସମୟ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମିଳିପାରିବ । ସେହିପରି କଟକସ୍ଥିତ ଏସସସିବ ମେଡ଼ିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁରର ଏମକେସିଜି ମେଡ଼ିକାଳ କଲେଜ ଓ ହସ୍ପିଟାଲ, ବୁର୍ଲାର ଭୀମ୍ସାର, କଟକସ୍ଥିତ ଆଚାର୍ଯ୍ୟ ହରିହର ଉପାଧ୍ୟୁତର କର୍କଟ ପ୍ରତିଷ୍ଠାନ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଉପାଧ୍ୟୁତର ଶିଶୁରୋଗ ପ୍ରତିଷ୍ଠାନରେ ୨୪ ଘଂଟିଆ ଟେଲି ମେଡ଼ିସିନ୍ ସେବା ଉପଲବ୍ଧ ହେବ ।