ବାଲେଶ୍ୱର ଜିଲ୍ଲାରୁ ପୁଣି ଦୁଇ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ

ଓଡିଶା ବଡ ଖବର ମହାନଗର

#ଭୁବନେଶ୍ୱରରେ_ପୁଣି_ଜଣେ_କରୋନା_ପଜିଟିଭ୍_ଚିହ୍ନଟ    ଭୁବନେଶ୍ୱର : ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବମିଖାଲରେ ଜଣେ ୩୫ ବର୍ଷୀୟ ଯୁବକଙ୍କ ଯାଂଚ ରିପୋର୍ଟ ପଜିଟିଭ୍ ଆସିଛି । ସେ ବମିଖାଲରେ ପୂର୍ବରୁ ଚିହ୍ନଟ ୪ ଜଣ କରୋନା ପଜିଟିଭ୍ ଙ୍କ ସଂସ୍ପର୍ଶରେ ଆସିଥିଲେ । ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ -୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।