ପୂର୍ବରୁ ଚିହ୍ନଟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ୫୫ତମ ଆକ୍ରାନ୍ତ

ପୂର୍ବରୁ ଚିହ୍ନଟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ୫୫ତମ ଆକ୍ରାନ୍ତ

ଓଡିଶା ବଡ ଖବର ମହାନଗର

#ପୂର୍ବରୁ_ଚିହ୍ନଟ_କରୋନା_ପଜିଟିଭ୍_ଙ୍କ_ସଂସ୍ପର୍ଶରେ_ଆସିଥିଲେ_୫୫ତମ_ଆକ୍ରାନ୍ତ       ଭୁବନେଶ୍ୱର  : ରାଜ୍ୟରେ ୫୫ ତମ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କର ଗସ୍ତ ବିବରଣୀ ଜାରୀ କରାଯାଇଛି । ଭୁବନେଶ୍ୱର କଣ୍ଟେନମେଣ୍ଟ ଜୋନ୍ ଭାବେ ଚିହ୍ନଟ ବମିଖାଲ ଅଞ୍ଚଳର ୩୫ ବର୍ଷୀୟ ଯୁବକ ପୂର୍ବରୁ ଚିହ୍ନଟ ହୋଇଥିବା ୪ ଜଣ କରୋନା ପଜିଟିଭ୍ ଙ୍କ ସଂସ୍ପର୍ଶରେ ଆସିଥିଲେ । ଚିହ୍ନଟ ହୋଇଥିବା ୭, ୮ , ୨୨ ଓ ୩୯ ତମ କରୋନା ପଜିଟିଭ୍ ଙ୍କ ର ସମ୍ପୃକ୍ତ ଯୁବକ ହେଉଛନ୍ତି ପଡୋଶୀ ।
ସୂଚନା ଅନୁଯାୟୀ ସମ୍ପୃକ୍ତ ଯୁବକ ମାର୍ଚ୍ଚ ୨୨ ତାରିଖ ଲକ୍ ଡାଉନ୍ ଘୋଷଣା ପରଠାରୁ ବମିଖାଲ ଜୟଦୂର୍ଗା ନଗର ସ୍ଥିତ ବେବିଲୋନ୍ ଆପାର୍ଟମେଂଟ ସ୍ଥିତ ଘରେ ରହିଥିଲେ । ତେବେ କଂଟେନମେଂଟ ଜୋନ୍ ରେ ସର୍ଭେଲାନ୍ସ ସମୟରେ ତାଙ୍କର ନମୂନା ସଂଗ୍ରହ କରାଯାଇ ଯାଂଚ ପାଇଁ ପଠାଯାଇଥିଲା । ସୋମବାର ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ କିମସ୍ କୋଭିଡ୍ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି ।