ଖୁବ ଶୀଘ୍ର ଗଡିବ ଯାତ୍ରୀ ବାହୀ ବସ ଗଡକରୀ

ଖୁବ ଶୀଘ୍ର ଗଡିବ ଯାତ୍ରୀ ବାହୀ ବସ : ଗଡକରୀ

ଓଡିଶା ବଡ ଖବର

 #ଖୁବ_ଶୀଘ୍ର_ଗଡିବ_ଯାତ୍ରୀ_ବାହୀ_ବସ         ନୂଆଦିଲ୍ଲୀ   :   ସରକାର ବସ ଓ କାର ଚାଳକମାନଙ୍କ ସମସ୍ତ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି ଏବଂ ତାହାକୁ ଦୂର କରିବା ପାଇଁ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜପଥ ତଥା ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ  ନିତିନ ଗଡକରୀ । ସାରାଦେଶର ବସ ଓ କାର ଚାଳକମାନଙ୍କୁ ଆଶ୍ବାସନା ପ୍ରଦାନ କରି ଶ୍ରୀ ଗଡକରୀ କହିଛନ୍ତି ଯେ, ସେ ନିୟମିତ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ କୋଭିଡ-୧୯ ମହାମାରୀ ସମୟରେ ଅର୍ଥନୀତିରେ ସୁଧାର ଆଣିବା ଲାଗି ସମସ୍ତ ପ୍ରଚେଷ୍ଟା ଜାରି ରହିଛି ।
ଭିଡିଓ କନଫରେନ୍ସ ଜରିଆରେ ଭାରତୀୟ ବସ ଓ କାର ·ଳକ ସଙ୍ଘକୁ ସମ୍ବୋଧିତ କରି ଶ୍ରୀ ଗଡକରୀ କହିଥିଲେ ଯେ, ଯାତାୟାତ ବ୍ୟବସ୍ଥାର ପୁନଃ ଆରମ୍ଭ ଦେଶବ୍ୟାପୀ ଜନସାଧାରଣଙ୍କ ଆତ୍ମବିଶ୍ାସ ବୃଦ୍ଧି କରିବ । ସେ କହିଲେ ଯେ, ଖୁବ ଶୀଘ୍ର ର୍ନିଦ୍ଧାରିତ ମାର୍ଗଦର୍ଶିକା ସହ ସାର୍ବଜନୀନ ଯାତାୟାତ ସେବା ଆରମ୍ଭ ହେବ । ବସ ଏବଂ କାର ଯାତାୟାତ ସମୟରେ ସାମାଜିକ ଦୂରତା ରକ୍ଷା କରିବା ତଥା ଅନ୍ୟାନ୍ୟ ସୁରକ୍ଷା ପଦକ୍ଷେପ ଯେପରିକି, ହାଣ୍ଡ ୱାସ, ସାନିଟାଇଜର, ମାସ୍କ ଆଦିର ବ୍ୟବହାର ଉପରେ ସେ ଗୁରୁôାରୋପ କରିଥିଲେ । ମନ୍ତ୍ରୀ ଶ୍ରୀ ଗଡକରୀ କହିଥିଲେ ଯେ, ସେ ଏହି ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଅସୁବିଧା ସମ୍ପର୍କରେ ସେ ଅବଗତ ଅଛନ୍ତି ଏବଂ ଏସବୁ ସମସ୍ୟାର ସମାଧାନ ଲାଗି ସମସ୍ତ ଅଂଶୀଦାରଙ୍କୁ ଏକାଠି ହୋଇ କାମ କରିବାକୁ ପଡିବ । କରୋନା ସଂକ୍ରମଣ ଲାଗି ଚୀନରୁ ଅନେକ ନିବେଶକ ବିମୁଖ ହେଉଛନ୍ତି ଏବଂ ଏହା ଭାରତ ପାଇଁ ଏକ ଭଲ ବାଣିଜ୍ୟିକ ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଥିଲେ । ଆନ୍ତର୍ଜାତିକ ନିବେଶକମାନଙ୍କୁ ଭାରତରେ ନିବେଶ କରିବା ଲାଗି ଆମନ୍ତ୍ରଣ କରିବାକୁ ସେ ଭାରତୀୟ ବସ ଓ କାର ସଂଘକୁ ପରାମର୍ଶ ଦେଇଥିଲେ ।