ପାକିସ୍ତାନ ଗୁଳିରେ ସାଧାରଣ ନାଗରିକ ମୃତ

ଦେଶ -ବିଦେଶ ବଡ ଖବର

ଶ୍ରୀନଗର: କିଛି ଦିନର ବ୍ୟବଧାନ ପରେ ପାକିସ୍ତାନ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ଜମ୍ମୁ-କଶ୍ମୀରର ଟଙ୍ଗଧର ସେକ୍ଟରରେ ପାକିସ୍ତାନ ସେନା ସୀମାନ୍ତ ଗାଁ ଗୁଡ଼ିକୁ ଟାର୍ଗେଟ କରି ଗୁଳିମାଡ଼ କରିଛି। ଏଥିରେ ଜଣେ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଭାରତ ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଛି।

ଆଜି ସନ୍ଧ୍ୟା ବେଳେ ପାକିସ୍ତାନ ପକ୍ଷରୁ ସ୍ୱଂୟଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ଭାରତୀୟ ସେନାର ଆଉଟ ପୋଷ୍ଟ ଓ ସୀମାନ୍ତ ଗାଁ ଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଭାରତ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟ ସମୟରେ ପାକ୍‌ର ମୋର୍ଟାର ମାଡ଼ରେ ସୀମାନ୍ତ ଗାଁର ମନଜୋର ଅହମ୍ମଦ ଗୁରୁତର ଆହତ ହୋଇଥିଲେ।

ଭାରତୀୟ ସେନା ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେବାକୁ ଚେଷ୍ଟା କରିଥିଲେ ହେଁ ଅଧା ବାଟରେ ସେ ପ୍ରାଣ ହରାଇଥିଲେ। ଏବେ ବି ଭାରତୀୟ ସେନା ପକ୍ଷରୁ ପାକସ୍ତାନ ଗୁଳିର ଜବାବ ଦିଆଯାଉଛି।