ଓଡ଼ିଆ ଆଇ.ଏ;ଏସ ମୀରାମହାନ୍ତି ଓ ସ୍ମିତା ଷଡଙ୍ଗୀଙ୍କୁ ଗୁରୁତ୍ତ୍ବପୂର୍ଣ୍ଣ ଦାୟିତ୍ବ

ଓଡ଼ିଆ ଆଇ.ଏ;ଏସ ମୀରାମହାନ୍ତି ଓ ସ୍ମିତା ଷଡଙ୍ଗୀଙ୍କୁ ଗୁରୁତ୍ତ୍ବପୂର୍ଣ୍ଣ ଦାୟିତ୍ବ

ଓଡିଶା ବଡ ଖବର

#ଓଡ଼ିଆ_ଆଇ.ଏ;ଏସ_ମୀରାମହାନ୍ତି_ଓ_ସ୍ମିତା_ଷଡଙ୍ଗୀଙ୍କୁ_ଗୁରୁତ୍ତ୍ବପୂର୍ଣ୍ଣ_ଦାୟିତ୍ବ          ନୂଆଦିଲ୍ଲୀ  : ହିମାଚଳପ୍ରଦେଶ ଓ ନାଗାଲାଣ୍ଡ କ୍ୟାଡରର ଦୁଇଜଣ ଓଡିଆ ଆଇଏଏସ ଅଧିକାରୀଙ୍କୁ କେନ୍ଦ୍ରରେ ଗୁରୁତ୍ତ୍ବପୂର୍ଣ୍ଣ ନିଯୁକ୍ତି ପ୍ରଦାନ କରାଯାଇଛି। ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ରହିଥିବା ୨୦୦୫ ମସିହାର  ହିମାଚଳପ୍ରଦେଶ କ୍ୟାଡର ଆଇଏଏସ ଅଧିକାରୀ ମୀରା ମହାନ୍ତିଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିର୍ଦେଶିକା ଭାବେ ନିଯୁକ୍ତ କରାଯାଇଛି । ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ମୀରା ମହାନ୍ତିଙ୍କ ନିଯୁକ୍ତିକୁ ନେଇ ଅନୁମୋଦନ ପ୍ରଦାନ କରିଛି । ମେ ୨୦୧୪ରୁ କେନ୍ଦ୍ରୀୟ ଡେପୁଟେସନରେ ଥିବା ମୀରା ମହାନ୍ତି ବର୍ତ୍ତମାନ କ୍ୟାବିନେଟ ସଚିବାଳୟରେ ନିର୍ଦେଶିକା ଭାବେ ଅବସ୍ଥାପିତ ଅଛନ୍ତି |

ସେହିପରି  ଅନ୍ୟ ଜଣେ ଓଡ଼ିଆ ଆଇଏଏସ ଅଧିକାରୀ ସ୍ମିତା ଷଡ଼ଙ୍ଗୀଙ୍କୁ କ୍ୟାବିନେଟ ସଚିବାଳୟରେ ଡେପୁଟି ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଁ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ଆଜି ଅନୁମୋଦନ ପ୍ରଦାନ କରିଛି | ୨୦୨୨ ଜୁଲାଇ ୨୯ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେସନରେ ଥିବା ୨୦୦୮ ମସିହାର ନାଗାଲାଣ୍ଡ କ୍ୟାଡର ଆଇଏଏସ ଅଧିକାରୀ ସ୍ମିତା ଷଡ଼ଙ୍ଗୀ ବର୍ତ୍ତମାନ ଡିଓପିଟିରେ ଡେପୁଟି ସେକ୍ରେଟାରୀ ପଦରେ ଅବସ୍ଥାପିତ ଅଛନ୍ତି |