ବନ୍ଦେ ଉତ୍କଳ ଜନନୀ ଓଡ଼ିଆ ସ୍ୱାଭିମାନର ପ୍ରତୀକ :ଗାନ କରିବାକୁ ପ୍ରତ୍ୟେକ ଓଡ଼ିଆଙ୍କୁ ଆହ୍ୱାନ : ସମାଜବାଦୀ ପାର୍ଟି

ବନ୍ଦେ ଉତ୍କଳ ଜନନୀ ଓଡ଼ିଆ ସ୍ୱାଭିମାନର ପ୍ରତୀକ :ଗାନ କରିବାକୁ ପ୍ରତ୍ୟେକ ଓଡ଼ିଆଙ୍କୁ ଆହ୍ୱାନ : ସମାଜବାଦୀ ପାର୍ଟି

ଓଡିଶା ମହାନଗର

#ବନ୍ଦେ_ଉତ୍କଳ_ଜନନୀ_ଓଡ଼ିଆ_ସ୍ୱାଭିମାନର_ପ୍ରତୀକ         ଭୁବନେଶ୍ୱର    :  ସମଗ୍ର ବିଶ୍ୱ ଆଜି କରୋନା ସଂକ୍ରମଣରେ ସଂକ୍ରମିତ । ବିଶ୍ୱବାସୀଙ୍କ ସମେତ ଭାରତ ବର୍ଷର ଜନସାଧାରଣ ମଧ୍ୟ ଜୀବନକୁ ବାଜି ଲଗାଇ କରୋନା ବିରୁଦ୍ଧରେ ଯୁଦ୍ଧଂ ଦେଇ ଡାକରା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏହି ଯୁଦ୍ଧର ସମ୍ମୁଖ ଭାଗରେ ରହିଛି । ରାଜ୍ୟ ସରକାରଙ୍କ ତତ୍ପରତା, ରାଜ୍ୟର ହଜାର ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶା ଦିଦି, ଅଙ୍ଗନୱାଡ଼ି କର୍ମୀ, ଏବଂ ତୃଣମୂଳ ସ୍ତରର ଲୋକ ପ୍ରତିନିଧି ଯଥା- ସରପଂଚ, ୱାର୍ଡ ସଭ୍ୟ, ପଂଚାୟତ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟମାନଙ୍କର ତ୍ୟାଗ, ପୋଲିସ୍, ଅଗ୍ନିଶମ ବାହିନୀ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀମାନଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ଓଡ଼ିଶାରେ କରୋନା ସଂକ୍ରମଣ ଅପେକ୍ଷାକୃତ କମ୍ ରହିଛି । କରୋନ ଯୁଦ୍ଧ ଲଢୁଥିବା ଏହି ଯୋଦ୍ଧାମାନଙ୍କର ମନବଳକୁ ସୁଦୃଢ କରିବା ପାଇଁ ଏବଂ ତାଙ୍କୁ ଟିକିଏ ପ୍ରେରଣା ଯୋଗାଇ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଆସନ୍ତାକାଲି  ଶନିବାର ସନ୍ଧ୍ୟା ଘ.୫.୩୦ମିନିଟ୍ ସମୟରେ ‘ବନ୍ଦେ ଉତ୍କଳ ଜନନୀ’ ଗୀତଟିକୁ ସାମୁହିକ ଭାବରେ ଗାନ କରି ସେମାନଙ୍କ ମନୋବଳ ଦୃଢ କରିବାକୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଏହି ଆହ୍ୱାନକୁ ସମାଜବାଦୀ ପାର୍ଟି ସ୍ୱାଗତ କରୁଛି ଏବଂ ପ୍ରତ୍ୟେକଟି ଓଡ଼ିଆ ଭାଇ ଭଉଣୀ ଯିଏ ଯେଉଁଠି ଅଛନ୍ତି, ନିଜର ଶକ୍ତି ଓ ସାଧ୍ୟମତେ ଏହି ଗୀତଟିକୁ ଗାଇ କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ନିବେଦନ କରିଛନ୍ତି । ଆସନ୍ତାକାଲି ସନ୍ଧ୍ୟା ୫.୩୦ମିନିଟ୍ ସମୟରେ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟଠାରେ ମଧ୍ୟ ବନ୍ଦେ ଉତ୍କଳ ଜନନୀର ବୃନ୍ଦଗାନ କରାଯାଇ କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ କରାଯିବ । ଇଚ୍ଛୁକବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କରୋନା ବିରୋଧି ଲଢେଇକୁ ଶକ୍ତିଶାଳୀ କରିବାକୁ ଶ୍ରୀ ବେହେରା ନିବେଦନ କରିଛନ୍ତି ।