ଆଜିଠୁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଆଜିଠୁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଓଡିଶା ବଡ ଖବର

#ଆଜିଠୁ_ବିଭିନ୍ନ_ସ୍ଥାନରେ_ବର୍ଷା_ସମ୍ଭାବନା      ଭୁବନେଶ୍ୱର    : ବର୍ତ୍ତମାନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିଛି । ତେବେ ଆସନ୍ତାକାଲି ଠାରୁ ପାଗରେ ପରିବର୍ତ୍ତନ ହେବ । କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇପାରେ । ସେହିପରି ରବିବାର ଓ ସୋମବାର କିଛି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ଶନିବାରଠାରୁ ରାଜ୍ୟର କେତେକ ଜିଲ୍ଲାରେ ପାଗ ପରିବର୍ତନ ହୋଇ ସାମାନ୍ୟ ବର୍ଷା ହୋଇପାରେ । ଏସବୁ ଜିଲ୍ଲା ମଧ୍ୟରେ ରହିଛି ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ବଲାଙ୍ଗୀର,କଳାହାଣ୍ଡି । ଏସବୁ ଜିଲ୍ଲାଗୁଡ଼ିକୁ ଛାଡ଼ି ଅନ୍ୟ ଅଂଚଳରେ ପାଗ ଶୁଖିଲା ରହିବ ।
ସେହିପରି ରବିବାର ଓ ସୋମବାରଦିନ ରାଜ୍ୟର କେତେକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏସବୁ ଜିଲ୍ଲା ମଧ୍ୟରେ ରହିଛି କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, ଅନୁଗୁଳ,କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଜପତି, ଗଞ୍ଜାମ, ନୂଆପଡ଼ାଓ ବଲାଙ୍ଗୀର । ଏସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି । ସୋମବାର ବେଳକୁ ଓଡ଼ିଶାର କେତେକ ଉପକୂଳବର୍ତୀ ଜିଲ୍ଲା ସମେତ କନ୍ଧମାଳ, ରାୟଗଡ଼ା, ଢେଙ୍କାନାଳ,ମୟୁରଭଞ୍ଜ ଆଦି ଜିଲ୍ଲାରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି ।