ରାଜଧାନୀରୁ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ

ଆଉ ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୧୨୫୨୬କୁ ବୃଦ୍ଧି

ଓଡିଶା ବଡ ଖବର

#ଆଉ_୫୭୦_କରୋନା_ଆକ୍ରାନ୍ତ_ଚିହ୍ନଟ           ଭୁବନେଶ୍ୱର  :   ରାଜ୍ୟରେ ଆଜି ଆଉ ୫୭୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୨୫୨୬ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୫୭୦ ଜଣଙ୍କ ମଧ୍ୟରୁ ୩୮୪ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୮୬ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୧୯ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୨୧୮ ଟି ନୂଆ ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ୧୧ , ବାଲେଶ୍ୱର ଜିଲ୍ଲାରେ ୩ ଜଣ, ଭଦ୍ରକ ଜିଲ୍ଲାରେ ୨ ଜଣ , ବୌଦ୍ଧ ଜିଲ୍ଲାରେ ୩, କଟକ ଜିଲ୍ଲାରେ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଗଜପତି ଜିଲ୍ଲାରେ ୨୫ , ଜଗତସିଂହପୁର ଜିଲ୍ଲାରେ ୧୬ ଜଣ, ଯାଜପୁର ଜିଲ୍ଲାରେ ୪୦ ଜଣ , ଝାରସୁଗୁଡା ଜିଲ୍ଲାରେ ୩୧ ଜଣ , କେନ୍ଦ୍ରାପଡା ଜିଲ୍ଲାରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କେନ୍ଦୁଝର ଜିଲ୍ଲାରେ ୧୪ ଜଣ , ଖୋର୍ଧା ଜିଲ୍ଲାରେ ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୧୧, ମୟୁରଭଂଜ ଜିଲ୍ଲାରେ ୧୦ ଜଣ, ନୟାଗଡ ଜିଲ୍ଲାରେ ୩୭ ଜଣ , ପୁରୀ ଜିଲ୍ଲାରେ ୧୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରେ ଜଣେ . ସୁନ୍ଦରଗଡ ଜିଲ୍ଲାରେ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୩,୨୭,୨୮୮ ଟି ନମୁନା କୋଭିଡ୍ -୧୯ ପରୀକ୍ଷା କରାଯାଇଛି । ବର୍ତମାନ ସୁଦ୍ଧା ସମୁଦାୟ ୧୨,୫୨୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୮,୩୬୦ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।ଅନ୍ୟପକ୍ଷରେ ୬୧ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ବର୍ତମାନ ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୪୦୮୭ ରହିଛି । ୪,୪୭୫ ଜଣ ହସ୍ପିଟାଲ୍ ଆଇସୋଲେସନ୍ ରେ ରହିଛନ୍ତି ।