ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେଲାନ୍ସ ଆରମ୍ଭ

ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେଲାନ୍ସ ଆରମ୍ଭ

ଓଡିଶା ମହାନଗର

#ଭୁବନେଶ୍ୱରରେ_ସେରୋଲୋଜିକାଲ_ସର୍ଭେଲାନ୍ସ_ଆରମ୍ଭ             ଭୁବନେଶ୍ୱର   : ଆରଏମଆରସି ଓ ବିଏମସିର ମିଳିତ ସହଯୋଗରେ ରାଜଧାନୀରେ ସେରୋଲୋଜିକାଲ ସର୍ଭେଲାନ୍ସ ଆରମ୍ଭ ହୋଇଛି । ୫ଟି କ୍ଲଷ୍ଟରରେ ଏହି ସର୍ଭେ କାର୍ଯ୍ୟ କରାଯାଉଛି ବୋଲି ଆରଏମଆରସି ନିର୍ଦ୍ଦେଶିକା ଡା ସଂଘମିତ୍ରା ପତି ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଏହିସର୍ଭେ କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ ହେବ । ରୋଗ ପ୍ରତିରୋଧକ କମ୍ ଥିବା ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ, ସାମ୍ବାଦିକ, ମ୍ୟୁନିସିପାଲ୍ କର୍ମଚାରୀ, ଡ୍ରାଇଭର, କଏଦୀ, ଦେକାନୀ, ବିମାନବନ୍ଦର କର୍ମଚାରୀ, ବସ୍ତି ଅଂଚଳ ଓ କେଂଟନମେଂଟ ଅଂଚଳରେ ରହୁଥିବା ଲୋକମାନଙ୍କଠାରୁ ପ୍ରାଥମିକତା ଭିତିରେ ନମୁନା ସଂଗ୍ରହ ହେଉଛି । ଏଥିପାଇଁ ୨୫ଟି ୱାର୍ଡକୁ ଚିହ୍ନଟ କରାଯାଇଛି । ଦୁଇଟି ପର୍ଯ୍ୟାୟରେ ସର୍ଭେଲାନ୍ସ ହେବ । ପ୍ରଥମ ପର୍ଯ୍ୟାୟରେ ୨୫ଶହରୁ ଅଧିକ ଲୋକଙ୍କଠାରୁ ନମୁନା ସଂଗ୍ରହ ହେବ । ଏହି ପ୍ରକ୍ରିୟା ୧୦ରୁ ୧୨ ଦିନ ମଧ୍ୟରେ ଶେଷ ହେବ । ଏହାର ୨୮ ଦିନ ପରେ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେଲାନ୍ସ କରାଯିବ ।
ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖରୁ ପୁରୀରେ ଆଂଟିବଡି ଟେଷ୍ଟ ବା ସେରୋଲୋଜିକାଲ୍ ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଆଜିଠାରୁ ପୁଣିଥରେ ପୁରୀରେ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଉଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇ ଘୋଷଯାତ୍ରା ସମ୍ପର୍କିତ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ ହେବ । ରଥଯାତ୍ରା ପୂର୍ବରୁ ଥରେ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା । ପୁଣି ବାହୁଡାଯାତ୍ରା ପୂର୍ବରୁ ଓ ଏବେ ଘୋଷଯାତ୍ରା ପରେ ତୃତୀୟ ପର୍ଯ୍ୟାୟ ଟେଷ୍ଟ ହୋଇଛି । ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଟେଷ୍ଟ ହେବ । ଘୋଷଯାତ୍ରାରେ ସାମିଲ ହୋଇଥିବା ୪ ହଜାରରୁ ଅଧିକ ସେବାୟତଙ୍କର ଏହି ଟେଷ୍ଟ କରାଯିବ । ପୁରୀ ସହରର ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ବାଗେଡିଆ ଧର୍ମଶାଳା ଓ ମାର୍କେଣ୍ଡଶ୍ୱର ସାହି ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ଟେଷ୍ଟ କରାଯାଉଛି । ଆଜି ପ୍ରଥମ ପର୍ଯ୍ୟାୟରେ ଦଇତାପତି ନିଯୋଗ, ସୁଆର ମହାସୁଆର ସେବାୟତ ଓ ଘଂଟୁଆ ସେବକଙ୍କ କୋଭିଡ୍ ଟେଷ୍ଟ କରାଯାଉଛି । ପରବର୍ତୀ ପର୍ଯ୍ୟାୟରେ ପୂଜାପଣ୍ଡା, ଗରାବଡୁ, ଘଟୁଆରୀ, ମେକାପ ଆଦି ଅନ୍ୟାନ୍ୟ ସେବାୟତଙ୍କ ଟେଷ୍ଟ କରାଯିବ ।