ହାଫିଜ୍‌ ସଇଦ୍‌କୁ ୫ ବର୍ଷ ଜେଲ୍

ଦେଶ -ବିଦେଶ ଅପରାଧ ବଡ ଖବର

#ହାଫିଜ୍‌ _ସଇଦ୍‌କୁ_ ୫ _ବର୍ଷ_ ଜେଲ୍  ଇସଲାମାବାଦ୍: ବିଶ୍ବ ଆତଙ୍କବାଦୀ ଘୋଷଣା ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସଇଦକୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ପାକିସ୍ତାନର ଏକ କୋର୍ଟ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।  ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌ ଏବଂ ତାଙ୍କର ୧୨ ସହଯୋଗୀଙ୍କୁ ୨୩ଟି ମାମଲାରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରିଥିବା କାରଣରୁ ୨୦୧୯ରେ ଗିରଫ କରାଯାଇଥିଲା।  ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ଉପରେ ଆନ୍ତର୍ଜାତିକ ଚାପ କ୍ରମଶଃ ବଢ଼ି ଚାଲିଥିବାରୁ ପାକ୍ ସରକାର ଏହି ପଦକ୍ଷେପ ନେଇଥିଲେ।