କରୋନା ପାଣ୍ଠି ପାଇଁ ଭାରତ ଦେବ ୧୦ ମିଲିୟନ ଆମେରିକୀୟ ଡଲାର

କରୋନା ପାଣ୍ଠି ପାଇଁ ଭାରତ ଦେବ ୧୦ ମିଲିୟନ ଆମେରିକୀୟ ଡଲାର

ବଡ ଖବର ଦେଶ -ବିଦେଶ

#କରୋନା_ପାଣ୍ଠି_ପାଇଁ_ଭାରତ_ଦେବ_୧୦_ମିଲିୟନ_ଆମେରିକୀୟ_ଡଲାର     ନୂଆଦିଲ୍ଲୀ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସାଉଥ୍‌ ଏସିଆନ ଆସୋସିଏସନ ଫର୍‌ ରିଜିଓନାଲ କୋଅପରେସନ(ଏସ୍‌ଏଏଆର୍‌ସି) ବା ସାର୍କ ଦେଶର ସଦସ୍ୟଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ସମ୍ପର୍କରେ ଆଲୋଚନା କରିଛନ୍ତି।  ଏହି ଆଲେରଚନା କାଳରେ  କରୋନା ଭାଇରସ୍‌ର ସଂକ୍ରମଣକୁ ସମୂହ ଭାବେ ମୁକାବିଲା କରିବା ନେଇ  ଆଲୋଚନା କରାଯାଇଛି। କରୋନାକୁ ଭୟ ନ କରି ଏହାସହ ଏକାଠି ଲଢିଲେ ସହଜରେ ଏହାକୁ ଦୂରେଇ ଦେଇ ହେବ ବୋଲି ମୋଦି କହିଛନ୍ତି।

ଏହି ପରିପ୍ରେକ୍ଷୀରେ ମୋଦୀ କରୋନା ଜରୁରୀକାଳୀନ ପାଣ୍ଠି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏଥିସହ ସେ ଭାରତ ତରଫରୁ ୧୦ ମିଲିୟନ ଡଲାର ଦେବାକୁ ଘୋଷଣା କରିଛନ୍ତି ଏବଂ ସେ  କହିଥିଲେ ଯେ ଏଥିପାଇଁ ସମସ୍ତ ସାର୍କ ଦେଶ ନିଜ ସାମର୍ଥ୍ୟ ମୁତାବକ ଅର୍ଥ ଦେବା ଉଚିତ |

ଏହି ଭିଡିଓ କନଫରେନ୍ସିଂରେ ମାଳଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସୋଲି, ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ, ଭୁଟାନ୍‌ର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍‌, ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା, ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି, ଆଫଗାନିସ୍ତାନର ରାଷ୍ଟ୍ରପତି ଅଶ୍‌ରଫ୍‌ ଘନି ଓ ପାକିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ଜାଫର ମିର୍ଜା ଏହି ଭିଡିଓ କନଫରେନସିଂରେ ଯୋଗ ଦେଇଥିଲେ।

ପାକିସ୍ତାନରେ କୋଭିଡ-୧୯ ନ ବ୍ୟାପୀ ସୀମିତ ଥିବାରୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପାକିସ୍ତାନକୁ ଧନ୍ୟବାଦ ଜଣାଇଛି। ଏହାସହ ଭାରତରେ ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ନେଇ ଏକ ର଼୍ୟାପିଡ ରେସପନ୍ସ ଟିମ୍‌ ଗଠନ କରଯାଉଛି ବୋଲି ମୋଦି କହିଛନ୍ତି।