ଶେୟାର ବଜାର ପାଇଁ ‘କଳା ଦିନ’, ୧୧୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ଶେୟାର ବଜାର ପାଇଁ ‘କଳା ଦିନ’, ୧୧୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

#ଶେୟାର_ବଜାର_ପାଇଁ _କଳା_ଦିନ  ମୁମ୍ୱାଇ: ଶେୟାର ବଜାର ପାଇଁ ଶୁକ୍ରବାର ‘କଳା ଦିନ’ ପାଲଟିଛି। ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ସାଜିଥିବା କରୋନା ଭାଇରସ ପ୍ରାଣଘାତୀ ପରେ ଧନଘାତୀ ସାଜିଥିବା ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହି ଘାତକ ଭାଇରସର ପ୍ରଭାବ ଶୁକ୍ରବାର ଦେଖିବାକୁ ମିଳିଛି।

ବିଏସଇର ସେନସେକ୍ସ ୧୪୪୮.୩୭ ଅଙ୍କ (୩.୬୪%) ଖସି ୩୮, ୨୯୭.୨୯ରେ ବନ୍ଦ ହୋଇଛି ଶେୟାର ବଜାର। ସେହିପରି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ନିଫ୍ଟି) ୪୧୪.୧୦ ଅଙ୍କ (୩.୫୬%) ଖସି ୧୧, ୨୧୯.୨୦ରେ ବନ୍ଦ ହୋଇଛି।

ଶୁକ୍ରବାର ସେନସେକ୍ସ ୩୯,୦୮୭.୪୭ ସର୍ବାଧିକ ଯାଇଥିବା ବେଳେ ୩୮,୨୧୯.୯୭ ସର୍ବନିମ୍ନ ରହିଥିଲା। ନିଫ୍ଟ ୧୧,୩୮୪.୮୦ ସର୍ବାଧିକ ଯାଇଥିବା ବେଳେ ସର୍ବନିମ୍ନ ୧୧,୧୭୫.୦୫ ଯାଇଥିଲା। ଶୁକ୍ରବାର ସେନସେକ୍ସରେ ନିଫ୍ଟିର ସମସ୍ତ ଶେୟାର ନାଲି ବା ଡେଞ୍ଜର ଜୋନରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ସେହିପରି ବିଏସଇର ୨୯ଟି କମ୍ପାନୀ ନାଲି ଦାଗ ଛୁଇଁଛି।