କଠିନ ବର୍ଜ୍ୟବସ୍ତୁ ପରିଚାଳନା କର୍ମଶାଳା

କଠିନ ବର୍ଜ୍ୟବସ୍ତୁ ପରିଚାଳନା କର୍ମଶାଳା

ରାଜ୍ୟ ଓଡିଶା ଗଞ୍ଜାମ ଜିଲ୍ଲା

#କଠିନ_ବର୍ଜ୍ୟବସ୍ତୁ_ପରିଚାଳନା_କର୍ମଶାଳା  ଗଞ୍ଜାମ  :   ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ସଭାଗୃହ ମଧ୍ୟରେ ଶୁକ୍ରବାର ସ୍ୱଚ୍ଛ ଭାରତ ମିଶନ ଓ ଗ୍ରାମ୍ୟଜଳ ପରିମଳ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ  କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ରାୟ,ଗ୍ରାମ୍ୟଜଳ
ଯୋଗାଣ ବିଭାଗୀୟ ସହକାରୀ ନିର୍ବାହୀଯନ୍ତ୍ରୀ ଶରତ ଚନ୍ଦ୍ର ସାହୁ,ମିଶନ ଶକ୍ତି ତାଲିମଦାତା ଅଶ୍ମିନି କୁମାର ପଟନାୟକ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ମମତା କୁମାରୀ ଗୌଡ଼, ଜିଲ୍ଲା ସଂଯୋଜକ ମହେଶ୍ୱର ତରାଇ, ପି.ସରିତା,ଡି ଏଲ ସି ମହେଶ ତରାଇ ପ୍ରମୁଖ ଯୋଗଦେଇ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କୀତ  ବିଭିନ୍ନ ପ୍ରଣାଳୀ ଉପରେ ବିଶୃତ  ଆଲୋଚନା କରିବା ସହ ପରିବେଶ କିପରି ସ୍ୱଚ୍ଛତା ରଖାଯାଇ ସ୍ୱଚ୍ଛ ଓଡିଶା ମିଶନ ସଫଳ ହୋଇପାରିବ ସେ ସମ୍ବନ୍ଧ ରେ ଆଲୋକପାତ କରିଥିଲେ।

ବ୍ଲକ ସଂଯୋଜକ ସତୀଶ କୁମାର ହୋତା ଓ ବ୍ଲକ ଡି ଇ ଓ ସୁନୀଲ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶେଷରେ ପ୍ରୋଜେକ୍ଟର ଦ୍ଵାରା ସ୍ଵଛତାର ଉପକାରୀତା ଓ ଅପକାରିତା ସମ୍ପର୍କରେ ପ୍ରଦର୍ଶିତ କରାଯାଇଥିଲା। କରାଯାଇଥିଲା। ,କାଇଁଚ ପୁର ସରପଞ୍ଚ ସନ୍ତୋଷ ରେଡି,ସନ୍ତୋଷପୁର ସରପଞ୍ଚ ନିରଞ୍ଜନ ରେଡି,ହୁମ୍ମା ସରପଞ୍ଚ ଚନ୍ଦ୍ର ମୋହନ ସାହୁ ଙ୍କ ସମେତ ସମସ୍ତ ପଚାଟତ ନିର୍ବାହୀ ଅଧିକାରୀ,କାର୍ଯ୍ୟରତ  ସମସ୍ତ  ଜି ପି ମନିଟର, ଶତାଧିକ ସି ଆର ପି, ଏମ ବି କେ , ,ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଉକ୍ତ କାର୍ଯ୍ୟକ୍ରମ କି ସଫଳ କରିଥିଲେ ।