ଡାଇମଣ୍ଡ କ୍ରୁଜ୍‌ ଜାହାଜରୁ ୧୧୯ ଭାରତୀୟ ଓ ୫ଜଣ ବିଦେଶୀ ନାଗରିକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଏୟାର୍‌ ଇଣ୍ଡିଆ ବିମାନ

ଡାଇମଣ୍ଡ କ୍ରୁଜ୍‌ ଜାହାଜରୁ ୧୧୯ ଭାରତୀୟ ଓ ୫ଜଣ ବିଦେଶୀ ନାଗରିକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଏୟାର୍‌ ଇଣ୍ଡିଆ ବିମାନ

ଦେଶ -ବିଦେଶ ବଡ ଖବର

#ଡାଇମଣ୍ଡକ୍ରୁଜ୍‌_ଜାହାଜରୁ_୧୧୯_ଭାରତୀୟ_ଦିଲ୍ଲୀ_ଫେରିଲେ   ନୂଆଦିଲ୍ଲୀ: ଜାପାନୀ କ୍ରୁଜ୍‌ ଜାହାଜ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ରୁ ୧୧୯ଜଣ ଭାରତୀୟ ଓ ୫ଜଣ ବିଦେଶୀ ନାଗରିକଙ୍କୁ ନେଇ ଏୟାର୍‌ ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଗୁରୁବାର ପ୍ରତ୍ୟୁଷରେ ଦିଲ୍ଲୀରେ ପହଞ୍ଚିଛି। ଏହି ଜାହାଜରେ କେତେକ ଯାତ୍ରୀ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିଲେ। ଏ କଥା ଜଣାପଡ଼ିବା ପରେ ଜାହାଜଟିକୁ ପୃଥକ୍‌ ରଖାଯାଇଥିଲା।ଏହି ଲୋକମାନଙ୍କୁ ସ୍ଥାନାନ୍ତରଣ କରିବାକୁ ସୁବିଧା ଯୋଗାଇ ଦେଇଥିବାରୁ ଭାରତ ଜାପାନୀ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଟୁଇଟ୍‌ କରିଛନ୍ତି: ୧୧୯ଜଣ ଭାରତୀୟ ଏବଂ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁର ୫ଜଣ ନାଗରିକଙ୍କୁ ନେଇ ଏୟାର୍‌ ଇଣ୍ଡିଆର ବିମାନ ଟୋକିଓରୁ ଆସି ଏଇମାତ୍ର ଦିଲ୍ଲୀରେ ଅବତରଣ କରିଛି। ‘କୋଭିଡ୍‌୧୯’ ସଂକ୍ରମଣ ଯୋଗୁଁ ପୃଥକ୍‌ ରଖାଯାଇଥିବା ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ରେ ଏହି ବ୍ୟକ୍ତିମାନେ ଯାତ୍ରା କରୁଥିଲେ। ପୁଣି ଥରେ ଏୟାର୍‌ଇଣ୍ଡିଆନ୍‌ମାନଙ୍କୁ ଧନ୍ୟବାଦ।

୧୩୨ଜଣ କ୍ରୁ’ ଏବଂ ୬ଜଣ ଯାତ୍ରୀଙ୍କ ସମେତ ବିଳାସମୟ ଜାହାଜ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ରେ ପ୍ରାୟ ୧୩୮ଜଣ ଭାରତୀୟ ନାଗରିକ ଥିଲେ। ଫେବ୍ରୁଆରି ୫ ତାରିଖ ଠାରୁ ପୃଥକ୍‌ ଥିବା ଏହି ଜାହାଜରେ ସମୁଦାୟ ୩, ୭୧୧ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୬ଜଣ କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନେ ଜାପାନରେ ରହିବେ।