ଅର୍ଦ୍ଧେନ୍ଦୁଙ୍କ ହାତଧରିଲେ ମହାରଥୀଙ୍କ ଝିଅ

ଅର୍ଦ୍ଧେନ୍ଦୁଙ୍କ ହାତଧରିଲେ ମହାରଥୀଙ୍କ ଝିଅ

ଓଡିଶା ମନୋରଞ୍ଜନ ମହାନଗର

#ଅର୍ଦ୍ଧେନ୍ଦୁଙ୍କ_ହାତଧରିଲେ_ମହାରଥୀଙ୍କ_ଝିଅ   ଭୁବନେଶ୍ୱର : ବୁଧବାର ଓଲିଉଡ୍‌ ଅଭିନେତା ଅର୍ଦ୍ଧେନ୍ଦୁ ସାହୁଙ୍କୁ  ବୈଦିକ ରୀତିନୀତିରେ ବିବାହ କରିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ। ବରମୁଣ୍ଡା ପଡ଼ିଆରେ ମହାଆଡ଼ମ୍ବରରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ସିନେମା ଏବଂ ରାଜନୀତି ଜଗତର ଜଣାଶୁଣା ଚେହେରାମାନଙ୍କ ଗହଣରେ ଅର୍ଦ୍ଧେନ୍ଦୁ ଓ ପଲ୍ଳବୀଙ୍କ ହାତଗଣ୍ଠି ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଲ୍ଲବୀଙ୍କୁ ବିବାହ ଶୁଭେଚ୍ଛା ଜଣାଇବା ସହ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ।  ବରଯାତ୍ରୀରେ ଓଲିଉଡ୍‌ର ଜଣାଶୁଣା କଳାକାରମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଅଭିନେତା ସମରେଶ ରାଉତରାୟ, ଅମ୍ଳାନ, ଅଶ୍ୱିନୀ ତ୍ରିପାଠୀ, ବୁଲୁ, ପ୍ରେରଣା ପ୍ରତୀକ୍ଷା, ହାସ୍ୟ ଅଭିନେତା ବୁଟ୍ଟୁ ପ୍ରମୁଖ ଯୋଗଦେଇଥିଲେ। ସେହିଭଳି ବରମୁଣ୍ଡା ପଡ଼ିଆରେ ମନ୍ତ୍ରୀ ଅରୁଣ କୁମାର ସାହୁ, ପ୍ରତାପ ଜେନାଙ୍କ ସହ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ବିଧାୟକ ସୁଶାନ୍ତ ରାଉତ, ପ୍ରଣବ ପ୍ରକାଶ ଦାସ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା। ୨୦୧୫ରେ ଓଡ଼ିଆ ସିନେମାରେ ଅଭିନୟ ଜୀବନ ଆରମ୍ଭ କରିଥିବା ଅର୍ଦ୍ଧେନ୍ଦୁଙ୍କ ପ୍ରଥମ ଫିଲ୍ମ ‘ଅ ଆ ଇ’ ଥିଲା। ଉଭୟ ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ଏହି ଫିଲ୍ମ ମୁକ୍ତିଲାଭ କରିଥିଲା। ଏହାପରେ ଓଡ଼ିଆ ଚଳଚ୍ଚିତ୍ର ‘ଟପୋରି’ରେ ସେ ଅଭିନୟ କରିଥିଲେ। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ମୁଁ ପରଦେଶୀ ଚଢ଼େଇ’ ରିଲିଜ୍‌ ହୋଇଯାଇଛି। ପେସାରେ ଡାକ୍ତରଭାବେ କାମ କରୁଥିବା ପଲ୍ଲବୀ ଅର୍ଦ୍ଧେନ୍ଦୁଙ୍କୁ ପ୍ରେମବିବାହ କରିଛନ୍ତି।