ମାସ୍କ ପିନ୍ଧିବା ଜରୁରୀ : ଜିଲ୍ଲାପାଳ

ମାସ୍କ ପିନ୍ଧିବା ଜରୁରୀ : ଜିଲ୍ଲାପାଳ

Uncategorized

#ମାସ୍କ_ପିନ୍ଧିବା_ଜରୁରୀ_ଜିଲ୍ଲାପାଳ     ଯାଜପୁର  :  ଜିଲ୍ଳାର ପ୍ରତ୍ୟେକ ବ୍ୟକ୍ତି କାମରେ ଯେବେବି ବାହାରକୁ ଆସୁଛନ୍ତି ନିଶ୍ଚିତ ଭାବେ ମାସ୍କ ପରିଧାନ କରିବାକୁ
ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଅନୁରୋଧ କରିଛନ୍ତି । ରାଜ୍ୟ ସରକାର ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ମାସ୍କ ବାଧ୍ୟତାମୂଳକ କରିଛନ୍ତି । ଆସନ୍ତା ୯ ତାରିଖ ସକାଳ ୭ଘଟିକା ଠାରୁ ଏହି ମାସ୍କ ଅଭିଯାନ ଆରମ୍ଭ ହେବ । ପ୍ରଶାସନ ବତ୍ତର୍ମାନ ସାମାଜିକ ଦୂରତା, ଜନଗହଳି ହ୍ରାସ, ଗାଡ଼ିଚାଳନ ବନ୍ଦ ଓ ଗାଡି ଜବତ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଉଥିବା ବେଳେ ୯ ତାରିଖ ଠାରୁ ମାସ୍କ ବ୍ୟବହାରକାରୀଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ ସ୍ଥଳେ ମାସ୍କ ବ୍ୟବହାର ନକରୁଥିଲେ କଠୋର କାର୍ଯ୍ୟାନୁଷ୍ଠାନ,
ଅର୍ଥ ଦଣ୍ଡର ବ୍ୟବସ୍ଥା ମଧ୍ୟ କରାଯାଇପାରେ ବୋଲି ଜିଲ୍ଲାପାଳ ସତର୍କ କରାଇଦେଇଛନ୍ତି । ଏହା ବାଧ୍ୟତା ନୁହେଁ ଯେ କେବଳ ବଜାରରେ ବିକ୍ରି ହେଉଥିବା କପଡାରେ ମଧ୍ୟ ମାସ୍କ ପ୍ରସ୍ତୁତ କରିପାରିବେ । ଆବଶ୍ୟକ ସ୍ଥଳେ ରୁମାଲ ବା ମହିଳାମାନେ ଚୁନରୀ ମଧ୍ୟ ମାସ୍କଭଳି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହି ମାସ୍କ ବ୍ୟବହାର ପାଇଁ ପ୍ରତ୍ୟେକ ସତର୍କତା ଅବଲମ୍ବନ କରନ୍ତୁ । ନିୟମିତ ମାସ୍କ କୁ ଗରମପାଣିରେ ସଫା ସହ ଖରାରେ ଶୁଖାଇ ବ୍ୟବହାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।