କରୋନା ଭାଇରସ୍‌ ଭୟ : ଚୀନ୍‌ ଫେରନ୍ତାଙ୍କ ରିପୋର୍ଟ ଦେବେ ଜିଲ୍ଲାପାଳ

ଓଡିଶା ବଡ ଖବର ରାଜ୍ୟ

ଭୁବନେଶ୍ବର : ଓଡ଼ିଶାରେ ବି କରୋନା ସନ୍ଦେହରେ ୮ ଜଣଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି । ୨ ଜଣଙ୍କୁ ଏସସିବି ମେଡିକାଲ କଲେଜର ସ୍ବତନ୍ତ୍ର ଆଇସୋଲେସନ ଓ୍ବାର୍ଡରେ ରଖାଆଯାଇ ଥିବା ବେଳେ ଜଣଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପୁନେ ପଠାଯାଇଛି । ରାଜ୍ୟରେ କରୋନା ମୁକାବିଲା ପଦକ୍ଷେପକୁ ନେଇ ୫-ଟି ସଚିବ ଆଜି ସମୀକ୍ଷା କରିଛନ୍ତି । ସେପଟେ ଆରଏମଆରସିରେ କରୋନା ରୋଗୀ ବା ସନ୍ଦିଗ୍ଧଙ୍କୁ କିପରି ଚିକିତ୍ସା କରାଯିବ ସେନେଇ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟ ଓ ଘରୋଇ ଡାକ୍ତରଖାନାର ପ୍ରତିନିଧି ମାନଙ୍କୁ ଟ୍ରେନିଂ ଦିଆଯାଇଛି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା । ରାଜ୍ୟରେ କରୋନା ସନ୍ଦେହରେ ୮ ଜଣଙ୍କୁ  ହୋମ ଆଇସୋଲେସନରେ ରଖାଯାଇଛି । ୨ ଜଣଙ୍କୁ ଏସସିବି ମିଡିକାଲ କଲେଜର ଆଇସୋଲେସନ ଓ୍ବାର୍ଡରେ ରଖା ଯାଇଥିବା ବେଳେ ଆଇସୋଲେସନରେ ଥିବା ଜଣେ ଚୀନ୍‌ ଫେରନ୍ତା ଛାତ୍ରୀଙ୍କ ସ୍ବାମୀ ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କୁ ଏସସିବିରେ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସମସ୍ତଙ୍କର ସ୍ବାବ୍ ରିପୋର୍ଟ ପୁନେରୁ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । କରୋନା ସ୍ଥିତି ନେଇ 5T ସଚିବ ଭି.କେ ପାଣ୍ଡିଆନ୍ ଲୋକସେବା ଭବନରେ ଜରୁରୀ ସମୀକ୍ଷା କରିଛନ୍ତି ।  ସ୍ବାସ୍ଥ୍ୟ ସଚିବ, ନିର୍ଦ୍ଦେଶକ , DMET ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରୁ କେତେ ଲୋକ ଚୀନ୍‌ ଓ କରୋନା ଭାଇରସ ଆକ୍ରାନ୍ତ ଦେଶରେ ଅଛନ୍ତି ତାର ସଠିକ ତାଲିକା ରାଜ୍ୟ ସରକାରଙ୍କ ପାଖରେ ନାହିଁ । ତେଣୁ ସେ ସଂପର୍କରେ ସଠିକ୍‌ ତଥ୍ୟ ସଂଗ୍ରହ ଲାଗି ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଏପଟେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏ ସଂପର୍କୀତ ତଥ୍ୟ ରାଜ୍ୟ ସରକାର ମାଗିଛନ୍ତି । ସେପଟେ RMRC ରେ କରୋନା ପ୍ରସ୍ତୁତି ବୈଠକ ହୋଇଥିଲା ।

ଏଥିରେ ଘରୋଇ ଓ ସରକାରୀ ହସପିଟାଲକୁ ସଜାଗ ଲାଗି କୁହାଯାଇଛି | ଲାବ୍ ଟେକନିସିଆନ୍ ମାନେ କିପରି ଭାବେ ସନ୍ଦିଗ୍ଧଙ୍କ ନମୁନା ସତର୍କତାର ସହ ସଂଗ୍ରହ କରିବେ ଓ ସେମାନଙ୍କୁ କିପରି ଚିକିତ୍ସା କରାଯିବ ସେନେଇ ସବୁ ଜିଲ୍ଲା  ହସ୍ପପିଟାଲର ଡାକ୍ତରଙ୍କୁ ଟ୍ରେନିଂ ଓ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସେହିପରି ସର୍କିଟ ହାଉସରେ ଜଗତସିଂହପୁର ଜିଲ୍ଲାପାଳ କରୋନା ଭାଇରସ୍ କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ ।

କରୋନା ଏକ ସଂକ୍ରମିତ ଭାଇରସ ହୋଇଥିବାରୁ ଯେଉଁମାନେ ସଂକ୍ରମିତ ଦେଶରୁ ଆସୁଛନ୍ତି ସେମାନେ ରାଜ୍ୟ ସରକାରଙ୍କ କଣ୍ଟ୍ରୋଲରୁମକୁ ଜଣାଇବାକୁ କହିଛି ସ୍ବାସ୍ଥ୍ୟ ବିଭାଗ । ଏହାଦ୍ବାରା ସତର୍କ ଓ ସୁରିକ୍ଷତ ରହିହେବ ବୋଲି ଆଶା କରାଯାଉଛି ।