ପତିତପାବନ ବାନାରେ ଲାଗିଲା ନିଆଁ

ପତିତପାବନ ବାନାରେ ଲାଗିଲା ନିଆଁ

ଓଡିଶା ଜିଲ୍ଲା ପୁରୀ ବଡ ଖବର ରାଜ୍ୟ

#ପତିତପାବନ_ବାନାରେ_ଲାଗିଲା_ନିଆଁ    ପୁରୀ:  ଶ୍ରୀମନ୍ଦିରରେ ଅଘଟଣ। ମହା ଦୀପରୁ ପତିତପାବନ ବାନାରେ ଲାଗିଗଲା ନିଆଁ ।  ଗୁରୁବାର ରାତି ପ୍ରାୟ ୮ଟା ବେଳେ ପାପମୋଚନ ଏକାଦଶୀ ଅବସରରେ ଶ୍ରୀମନ୍ଦିର ଚୂଡ଼ାରେ ମହାଦୀପ ଜଳିବା ପରେ ସେଥିରୁ ପତିତପାବନ ବାନାକୁ ନିଆଁ ଧରିଯାଇଥିଲା। ଏହା ଫଳରେ ପତିତପାବନ ବାନାର କିଛି ଅଂଶ ଜଳି ଯାଇଥିଲା ।

ମହାଦୀପ ଲାଗିବା ପରେ ହଠାତ୍ ପବନ ଆସିବା ସହ ମହାଦୀପ ଉପରେ ପତିତପାବନ ବାନା ପଡ଼ିଥିଲା। ସଙ୍ଗେ ସଙ୍ଗେ ଏଥିରେ ନିଆଁ ଲାଗି ଯାଇଥିଲା । ଜଳିବା ପରେ ନିଆଁ ଝୁଲ ଶ୍ରୀମନ୍ଦିର ଭିତରେ ଓ ବାହାରେ ଉଡ଼ିବାର ଦେଖିବାକୁ ମିଳିଥିଲା। ଏହା କିଛି ସମୟ ପାଇଁ ଆତଙ୍କର ବାତାବରଣ ସୃଷ୍ଟି କରିଥିଲା। ଏହାକୁ ନେଇ ଉଦ୍‌ବେଗଜନକ ପରିସ୍ଥିତି ଲାଗି ରହିବା ପରେ ଶ୍ରୀମନ୍ଦିର ପ୍ରଶାସନ ଚୁନରା ସେବକମାନଙ୍କୁ ଅଁଳାବେଢ଼ାକୁ ପଠାଇଥିଲା। ଚୁନରା ସେବକମାନେ ଅଁଳାବେଢ଼ାକୁ ଯାଇ ସ୍ଥିତି ନିୟନ୍ତ୍ରଣ କରିଥିଲେ। ତେବେ ଏହି ବଡ଼ ଅଘଟଣ ଭକ୍ତଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।

 

ଏହାକୁ ଶ୍ରୀମନ୍ଦିର ଚୁନରା ସେବକ ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମହାଦୀପରୁ ନିଆଁ ଝୁଲ ଉଡ଼ି ଏଣେତେଣେ ପଡ଼ୁଥିଲା। ଏହା ଜଣାପଡ଼ିବା ପରେ ଚୁନରା ସେବକମାନଙ୍କୁ ଅଁଳା ବେଢ଼ାକୁ ପଠାଯାଇ ଏହାକୁ ନିୟନ୍ତ୍ରଣ କରାଯାଇଥିଲା।