ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ

ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ

ଓଡିଶା ଅନୁଗୁଳ ଜିଲ୍ଲା

#ବଡ଼_ଭାଇର_ଟାଙ୍ଗିଆ_ଚୋଟରେ_ସାନଭାଇର_ମୃତ୍ୟୁ                ଅନୁଗୁଳ : ( ବିଶ୍ବଜିତ ପଟ୍ଟନାୟକ )      ଅନୁଗୁଳ ଜିଲ୍ଲାର ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସାନକେରଜାଙ୍ଗ ଗାଁରେ ଘଟିଛି ଦୁଃଖଦ ଘଟଣା ।  ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ବରଣ କରିଛି । ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଘଟଣାରୁ ପ୍ରକାଶ ଯେ , ଗୁରବାର ରାତିରେ କୌଣସି କଥାକୁ ନେଇ ବଡ଼ ଭାଇ ବଂଶୀଧର ନାୟକ(୪୫) ଓ ସାନଭାଇ ଦିଲୀପ ନାୟକ(୩୪)ଙ୍କ ଭିତରେ ଘର ଅଗଣାରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ  ବଂଶୀଧର ଘରୁ ଏକ ଟାଙ୍ଗିଆ ଆଣି ଦିଲୀପଙ୍କୁ ଚୋଟ ପକାଇଥିଲେ। ଏହାପରେ ସାନଭାଇ ଦିଲୀପଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ପାଇ ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଡ଼ ଭାଇ ବଂଶୀଧରଙ୍କୁ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି।