ଆଇଏଏସ ସ୍ତରରେ ଅଦଳବଦଳ

ଆଇଏଏସ ସ୍ତରରେ ଅଦଳବଦଳ

ଓଡିଶା ବଡ ଖବର

#ଆଇଏଏସ_ସ୍ତରରେ_ଅଦଳବଦଳ   ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ ଏକ ଅଦଳବଦଳ କରିଛନ୍ତି। ତେବେ ୪ଦିନ ତଳେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାରଙ୍କୁ ପଞ୍ଚାୟତିରାଜ ବିଭାଗକୁ ବଦଳି କରିଥିବା ରାଜ୍ୟ ସରକାର ଆଜି ପୁଣି ତାଙ୍କର ବଦଳି ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ କରିଥିବା ଜଣାପଡ଼ିଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜମିଜମା ରେକର୍ଡ ଓ ବନେ୍ଦାବସ୍ତ କମିଶନର ଭାବେ କାର୍ଯ୍ୟ କରୁଥିବା ୧୯୯୯ ବ୍ୟାଚ୍ ଆଇଏଏସ୍ ଏନବିଏସ୍ ରାଜପୁତ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବାବେଳେ ତାଙ୍କ ସ୍ଥାନରେ ୨୦୦୮ ବ୍ୟାଚ୍ ଆଇଏଏସ୍ ବୃନ୍ଦାବନ ବେହେରାଙ୍କୁ ଅବସ୍ଥାପିତ କରାଯାଇଛି। ସେହିପରି ୨୦୦୭ ବ୍ୟାଚ୍ ଆଇଏଏସ୍ ତଥା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ ଅତିରିକ୍ତ ଭାବେ ପର୍ଯ୍ୟଟନ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଥିଲେ।

ଆଇଏଏସ୍ ବି ପରମେଶ୍ୱରନଙ୍କୁ ପାନୀୟ ଜଳ ଓ ପରିଚ୍ଛନ୍ନତା ନିଦେ୍ର୍ଧଶକ, ଆଇଏଏସ୍ ଗୁହା ପୁନମ ତାପସ କୁମାରଙ୍କୁ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଗୁହା ପୁନମଙ୍କୁ ଗତ ୨୦ତାରିଖରେ ପାନୀୟଜଳ ଓ ପରିଚ୍ଛନ୍ନତା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିଲା। ସେହିପରି ୨୦୧୨ ବ୍ୟାଚ୍ ଆଇଏଏସ୍ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ଭାବେ ଓ ଆଇଏଏସ୍ ଉମାକାନ୍ତ ତ୍ରିପାଠୀଙ୍କୁ ପଞ୍ଚାୟତିରାଜ ବିଭାଗର ନିଦେ୍ର୍ଧଶକ ଭାବେ ବଦଳି କରାଯାଇଛି।