ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର-ଆଲିଆ

ଦେଶ -ବିଦେଶ ମନୋରଞ୍ଜନ

ମୁମ୍ବାଇ: ପ୍ରତୀକ୍ଷାର ଅନ୍ତ ଘଟିଛି। ଅନେକ ଦିନରୁ ବଲିଉଡ୍ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିବା ବେଳେ କେବେ ଦୁହେଁ ବିବାହ କରିବେ, ସେହି ଦିନକୁ ଅନାଇ ବସିଥିଲେ ଦୁହିଁଙ୍କ ପ୍ରଶଂସକ। କିନ୍ତୁ ଏବେ ସେମାନଙ୍କର ଅପେକ୍ଷାର ଅନ୍ତ ଘଟିଥିବା ଭଳି ମନେ ହେଉଛି। ଦୁହେଁ ନିଜର ଫିଲ୍ମ ବ୍ରହ୍ମାସ୍ତ୍ର ରିଲିଜ୍ ହେବା ପରେ ପରେ ହିଁ ବିବାହ ବନ୍ଧନରେ ବାନ୍ଧି ହେବେ। ଏ ନେଇ ସ୍ପଷ୍ଟ କରିଛନ୍ତି ବରିଷ୍ଠ ଫିଲ୍ମ ସମୀକ୍ଷକ ରାଜୀବ ମସନ୍ଦ।ଏକ ଡିଜିଟାଲ ପତ୍ରିକା ଜରିଆରେ ଦୁହିଁଙ୍କ ବିବାହ ଖବରକୁ ସ୍ପଷ୍ଟ କରିଛନ୍ତି ରାଜୀବ। ଦୁହେଁ ଡିସେମ୍ବରରେ ବିବାହ କରିବାକୁ ରାଜି ହୋଇ ସାରିଥିବା ରାଜୀବ ସ୍ପଷ୍ଟ କରିଛନ୍ତି। ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ଦୁହିଁଙ୍କ ସଂପର୍କୀୟମାନଙ୍କୁ କାମରୁ ଛୁଟି ନେବା ପାଇଁ ପୂର୍ବରୁ କୁହାଯାଇସାରିଛି।

କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ରଣବୀର କପୁରଙ୍କର ସଂପର୍କୀୟ ଭାଇ ଅରମାନ ଜୈନ୍। ସେଠାରେ ରଣବୀର ଆଲିଆଙ୍କ ସହ ନିଜ ମା’ ନୀତୁ କପୁରଙ୍କୁ ନେଇ ପହଞ୍ଚିଥିଲେ। ଏବେ କେବଳ ବିବାହ ‌ଭୋଜି ନୁହେଁ, ଦୁହିଁଙ୍କୁ ଅନେକ ଇଭେଣ୍ଟରେ ମଧ୍ୟ ସାଥି‌ରେ ଦେଖିବାକୁ ମିଳୁଛି।