ଖରାପ ଆର୍ଥିକ ସ୍ଥିତି ପାଇଁ ଭାରତ ଦାୟୀ : ଗୀତା ଗୋପିନାଥ

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

ନୂଆଦିଲ୍ଲୀ :  ପୃଥିବୀରେ ଦେଖାଦେଇଥିବା ଖରାପ ଆର୍ଥିକ ସ୍ଥିତି ପାଇଁ ଭାରତ ଦାୟୀ। ଭାରତ ଯୋଗୁ ଅନ୍ତର୍ଜାତୀୟସ୍ତର ଧାର୍ଯ୍ୟ ଅଭିବୃଦ୍ଧି ଲକ୍ଷ୍ୟ ୮୦ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ଏନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ମୁଖ୍ୟ ଅର୍ଥଶାସ୍ତ୍ରୀ ତଥା ମୂଳ ଭାରତୀୟ ଗୀତା ଗୋପିନାଥ କହିଛନ୍ତି। ୨୦୧୯-୨୦ରେ ଭାରତର ଆନୁମାନିକ ସାମୁହିକ ଆର୍ଥିକ ବିକାଶ ହାରକୁ ଗୀତା ୬ ପ୍ରତିଶତରୁ ୪.୮ ପ୍ରତିଶତକୁ କମାଇ ଦେଇଛନ୍ତି। ଆଇଏମ୍‌ଏଫ୍‌ ଅନୁସାରେ ଦେଶର ଆନୁମାନିକ ସାମୁହିକ ଆର୍ଥିକ ବିକାଶ ହାର ୨୦୨୦ରେ ୫.୮ ପ୍ରତିଶତ ଏବଂ ୨୦୨୧ରେ ୬.୫ ପ୍ରତିଶତ ହେବ।

ଏହି ସମୟ ମଧ୍ୟରେ ପୃଥିବୀର ଆନୁମାନିକ ସାମୁହିକ ଆର୍ଥିକ ବିକାଶ ହାର ପୂର୍ବ ଆକଳନ ତୁଳନାରେ ଯଥାକ୍ରମେ ୧.୨ ପ୍ରତିଶତ ଏବଂ ୦.୯ ପ୍ରତିଶତ କମ ରହିବ ବୋଲି ଗୀତା ସୂଚନା ଦେଇଛନ୍ତି। ପୃଥିବୀର ଜିଡ଼ିପି ପ୍ରାୟ ୫୬୯ ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ଭାରତର ଜିଡ଼ିପି ୧୯ ଲକ୍ଷ କୋଟି ଟଙ୍କା ରହିଛି। ଏହା ପୃଥିବୀ ଅର୍ଥ ବ୍ୟବସ୍ଥାର ପ୍ରାୟ ୩ ପ୍ରତିଶତ ହେବ। ଭାରତରେ ଦେଖାଦେଉଥିବା ଗରିବ ସମସ୍ୟା ଏବଂ ବ୍ୟାଙ୍କ କାରବାରରେ ଜାରି ରହିଥିବା ନିଷ୍କ୍ର୍ରିୟତା ଯୋଗୁ ଆର୍ଥିକ ସ୍ଥିତି ଅଧିକ ଖରାପ ହୋଇଥିବା ଗୀତା କହିଛନ୍ତି।

ଭାରତର ଆର୍ଥିକ ଅସ୍ଥିରତାର ପ୍ରଭାବ ଅନ୍ତର୍ଜାତୀୟସ୍ତରରେ ପଡ଼ିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ମୂଳ ଭାରତୀୟ ଗୀତା ୧୯୭୧ ଡିସେମ୍ବର ୮ରେ କୋଲକତାରେ ଜନ୍ମଗ୍ରହଣ କରିଥିଲେ।