କମିଲା ଆୟକର ସ୍ଲାବ, ସର୍ତ୍ତ ଲାଗୁ

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

ନୂଆଦିଲ୍ଲୀ : ମୋଦି-୨ ସରକାର ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ଟିକସ ସ୍ଲାବ କ୍ଷେତ୍ରରେ ବଡ଼ ଘୋଷଣା କରିଛନ୍ତି। ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଟିକସ ସରଳୀକରଣ ପାଇଁ ନୂଆ ବ୍ୟବସ୍ଥା ଲାଗୁ ହେବ। ଯେଉଁ ବ୍ୟକ୍ତିମାନଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କା ରହିଥିବ, ସେମାନଙ୍କୁ କୌଣସି ପ୍ରକାରର ଟିକସ୍‌ ଦେବାକୁ ପଡ଼ିବ ନାହିଁ।

ତେବେ ନୂଆ ଟିକସ ସ୍ଲାବ କରଦାତାଙ୍କ ପାଇଁ ଇଚ୍ଛାଧୀନ ରହିବ। ଲୋକମାନେ ଚାହିଁଲେ ପୁରୁଣା ଟିକସ ହାର ଅନୁଯାୟୀ କର ପୈଠକ କରିପାରିବେ।

ଆୟକର ସ୍ଲାବ                   ଟିକସ ପରିମାଣ

ବାର୍ଷିକ ଆୟ ୫ ଲକ୍ଷ ଯାଏ        ଶୂନ
୫ ଲକ୍ଷରୁ ୭.୫ ଲକ୍ଷ ଯାଏ       ୧୦%
୭.୫ ଲକ୍ଷରୁ ୧୦ ଲକ୍ଷ           ୧୫%

୧୦ ଲକ୍ଷରୁ ୧୨.୫ ଲକ୍ଷ          ୨୦%

୧୨.୫ ଲକ୍ଷରୁ ୧୫ ଲକ୍ଷ ଯାଏ    ୨୫%

୧୫ ଲକ୍ଷରୁ ଅଧିକ                   ୩୦%