୨୦୨୪ ସୁଦ୍ଧା ୧୦୦ ନୂଆ ଏୟାରପୋର୍ଟ

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

ନୂଆଦିଲ୍ଲୀ: ଉଡ଼େ ଦେଶକି ଆମ ନାଗରିକ(ଉଡ଼ାନ) ଯୋଜନା ଅଧୀନରେ ସମଗ୍ର ଦେଶରେ ୨୦୨୪ ସୁଦ୍ଧା ୧୦୦ ଟି ନୂଆ ଏୟାରପୋର୍ଟ ନିର୍ମାଣ ହେବ। ଆଜି ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସେହିପରି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର କାମ ୨୦୨୩ ସୁଦ୍ଧା ସରିବ ଓ ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସ ୱେର କାମ ଆରମ୍ଭ ହେବ।

୨୦୨୦-୨୧ ବଜେଟରେ ମୋଦି-୨ ସରକାର ପରିବହ ଭିତ୍ତିଭୂମି ପାଇଁ ୧.୭ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ପୁନଶ୍ଚ ବିଜୁଳି ଓ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରର ବିକାଶ ପାଇଁ ୨୨ ହଜାର କୋଟି ଟଙ୍କାର ବଜେଟ ଘୋଷଣା କରିଛନ୍ତି।

ରେଳ ଟ୍ରାକ ନିକଟରେ ସୋଲାର ପ୍ୟାନେଲ ମଧ୍ୟ ନିର୍ମାଣ କରାଯିବାର ବ୍ୟବସ୍ଥା କରାଯାଇଛି। ଆଇକନିକ ସ୍ଥଳଗୁଡ଼ିକୁ ଯୋଗାଯୋଗ କରିବା ପାଇଁ ଦେଶରେ ଅଧିକ ପରିମାଣର ତେଜାସ ଟ୍ରେନ ଚଳାଚଳ କରିବ।