ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ଵାଲ ଓ ତାଙ୍କର ଆମ୍ ଆଦମୀ ପାର୍ଟି (ଆପ୍) ପୁଣିଥରେ ନିଜର କରିସ୍ମା ଦେଖାଇଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ହସ୍ତଗତ ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ୬୨ ଆସନରେ ଆପ୍ର ପ୍ରାର୍ଥୀମାନେ ବିଜୟ ଲାଭ କରି ସାରିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରାର୍ଥୀମାନେ ୮ଟି ଆସନରେ ବିଜୟ ଲାଭ କରିଛନ୍ତି |
ଏଥରକ ଦିଲ୍ଲୀ ନିର୍ବାଚନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା କଂଗ୍ରେସକୁ ଦିଲ୍ଲୀ ଭୋଟରମାନେ ସଂପୂର୍ଣ୍ଣ ରୂପେ ପ୍ରତ୍ୟାଖାନ କରିଛନ୍ତି। କଂଗ୍ରେସ ଦିଲ୍ଲୀରେ ନିଜର ଖାତା ଖୋଲିବାରେ ସମର୍ଥ ହୋଇ ନଥିବା ବେଳେ ମାତ୍ର ୪.୨୬ ପ୍ରତିଶତ ଭୋଟ ପାଇଛି । ସେହିପରି ବିଜେପି ୩୮.୫୧ ପ୍ରତିଶତ ଭୋଟ ପାଇଥିବାବେଳେ ଆପ ସର୍ବାଧିକ ୫୩.୫୭ ପ୍ରତିଶତ ଭୋଟ ପାଇଛି |