ସାମାଜିକ ଗଣମାଧ୍ୟମ (ଫେସବୁକ୍)ରେ କବି ବୋଲାଉଥିବା ଜଣେ ବ୍ୟକ୍ତି ହିନ୍ଦୁ ଧର୍ମର ରାମାୟଣ ବର୍ଣ୍ଣିତ ସୀତାଙ୍କ ଚରିତ୍ରକୁ ନେଇ ଅକ୍ଷେପ କରିଥିବା ଓ ଅଶ୍ଳୀଳ କବିତା ପ୍ରଚାର ପ୍ରସାର କରିଥିବା ଅଭିଯୋଗ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି କେନ୍ଦ୍ରପଡା ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ଦାବିପତ୍ର ଜିଲ୍ଲାପାଲ ସମର୍ଥ ବର୍ମାଙ୍କୁ ପ୍ରଦାନ କରାଯାଇଛି । ଏକ ଧାର୍ମିକ ବିଶ୍ୱାସ ଓ ଅସ୍ତାକୁ ଆଘାତ ଦେବା ପାଇଁ ଶୁଭଶ୍ରି ଶୁଭସ୍ମିତା ମିଶ୍ର, ଶ୍ରୀମା ଶତପଥୀ, କେଦାର ମିଶ୍ର ଓ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ସାମାଜିକ ଗଣ ମାଧ୍ୟମର ଅପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପରି ବାନାମ୍ବର ସାହୁ, ରାଜ କିଶୋର ନାୟକ, ଅକ୍ଷୟ କୁମାର ସେନାପତି, ପ୍ରଭାତ କୁମାର ମହାନ୍ତି ଓ ହିମାଶୁଂ ଭୂଷଣ ଦାସ ପ୍ରମୁଖ ଦୃଢ କାର୍ଯ୍ୟାନୁଷ୍ଟାନ ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । କରୋନା ସ୍ଥିତି ପରଖି ସଂଗରୋଧ ଶିବିର ବୁଲିଲେ

ଫେସବୁକ୍ ରେ ଧାର୍ମିକ ବିଶ୍ୱାସକୁ ଆଘାତ ଅଭିଯୋଗରେ ରାଜ୍ୟପାଳଙ୍କୁ ଦାବିପତ୍ର

#ଫେସବୁକରେ_ଧାର୍ମିକ_ବିଶ୍ୱାସକୁ_ଆଘାତ_ଅଭିଯୋଗ       କେନ୍ଦ୍ରାପଡା  : ସାମାଜିକ ଗଣମାଧ୍ୟମ (ଫେସବୁକ୍)ରେ କବି ବୋଲାଉଥିବା ଜଣେ ବ୍ୟକ୍ତି ହିନ୍ଦୁ ଧର୍ମର ରାମାୟଣ ବର୍ଣ୍ଣିତ ସୀତାଙ୍କ ଚରିତ୍ରକୁ ନେଇ ଅକ୍ଷେପ କରିଥିବା ଓ ଅଶ୍ଳୀଳ କବିତା ପ୍ରଚାର ପ୍ରସାର କରିଥିବା ଅଭିଯୋଗ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି କେନ୍ଦ୍ରପଡା ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ଦାବିପତ୍ର ଜିଲ୍ଲାପାଲ ସମର୍ଥ ବର୍ମାଙ୍କୁ ପ୍ରଦାନ କରାଯାଇଛି । ଏକ ଧାର୍ମିକ […]

Continue Reading