ଆଜିର ରାଶିଫଳ

ଆଜିର ରାଶିଫଳ

Uncategorized

ମେଷ: କୌଣସି ସକରାତ୍ମକ ସୂଚନା ମିଳିପାରେ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ନୂଆ କାରବାରରେ ପୁଞ୍ଜି ଲଗାଇବା ପାଇଁ ବିଚାର କରିବେ।

ବୃଷ: ଆର୍ଥିକ ପ୍ରଗତି ଲାଗି ଭଲ ଦିନଟିଏ। ନିଜ କାମରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବେ। କେହି ଆପଣଙ୍କର ନୂଆ ବନ୍ଧୁ ହୋଇପାରନ୍ତି।

ମିଥୁନ: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ପରିବାରର ସ୍ନେହ ଓ ସହଯୋଗ ପାଇବେ। ବନ୍ଧୁ ସହିତ ଲାଗିରହିଥିବା ମତଭେଦ ଦୂର ହେବ।

କର୍କଟ: ଆତ୍ମସମୀକ୍ଷାରେ ସମୟ ବିତିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହୋଇପାରେ।

ସି˚ହ: ଆପଣଙ୍କ ଭିତରେ ଅତ୍ୟଧିକ ଉତ୍ସାହ ସୃଷ୍ଟି ହେବ। ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଚାକିରିଜୀବୀଙ୍କର ଆଶା ପୂରଣ ହେବ।

କନ୍ୟା: ଆପଣ ଉତ୍ସାହରେ ଭରି ରହିବେ। ଆପଣଙ୍କର ପରିଶ୍ରମ ସୁଫଳ ଆଣିବ। ବ୍ୟବସାୟୀଙ୍କୁ ଧନଲାଭ ହେବ।

ତୁଳା: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣ କୌଶଳ ପ୍ରସ୍ତୁତ କରିବେ। ଶୁଭ ସମାଚାର ପାଇ ପାରନ୍ତି। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।

ବିଛା: ମାତା ପିତାଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭଦାୟକ ହେବ। ବ୍ୟବସାୟରେ ଆଶାଜନକ ପରିଣାମ ପାଇବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।

ଧନୁ: ଆତ୍ମବିଶ୍ବାସ ବୃଦ୍ଧି ହେବ। ଯୋଗ୍ୟତା ଅନୁସାରେ ଆପଣଙ୍କୁ ଯଥେଷ୍ଟ କାମ ମିଳିବ। ପରିଜନଙ୍କ ସହିତ ଖୁସିର ମୁହୂର୍ତ୍ତ ବିତେଇବେ।

ମକର: ଯାହା ବି କାମ କରିବେ ସୁଫଳ ପାଇବେ। ବ୍ୟବସାୟରେ ବିସ୍ତାର ପାଇଁ ବିଚାର କରିବେ। ଜରୁରୀ କାମରେ ବନ୍ଧୁଙ୍କୁ ସାହାଯ୍ୟ କରିବେ।

କୁମ୍ଭ: ଜୀବିକା ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ଗପସପ ପାଇଁ ସୁଯୋଗ ମିଳିବ। ଛାତ୍ରଙ୍କ ପାଇଁ ଦିନଟି ଶିକ୍ଷଣୀୟ।

ମୀନ: ସମ୍ପର୍କ ମଜଭୁତ କରିବା ପାଇଁ ଚେଷ୍ଟା କରିବେ। ଧୈର୍ଯ୍ୟ ଧରି କାମ କରନ୍ତୁ, ଲାଭ ହେବ। ବ୍ୟବସାୟରେ ଅନ୍ୟମାନଙ୍କ ସହଯୋଗ ପାଇବେ।