ଟ୍ରକ ଭିତରେ ଡ୍ରାଇଭରକୁ ହତ୍ୟା କରି ହେଲପର ଫେରାର

ଟ୍ରକ ଭିତରେ ଡ୍ରାଇଭରକୁ ହତ୍ୟା କରି ହେଲପର ଫେରାର

Uncategorized ଓଡିଶା ଜିଲ୍ଲା ବଡ ଖବର ରାଜ୍ୟ ରାୟଗଡା

#ଟ୍ରକ_ଭିତରେ_ଡ୍ରାଇଭରକୁ_ହତ୍ୟା_କରି_ହେଲପର_ଫେରାର     ରାୟଗଡା : ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଏକ ପେଟ୍ରେଲ ପମ୍ପ ନିକଟରେ ପାର୍କିଙ୍ଗ କରିଥିବା ଏକ ଟ୍ରକ ଚାଳକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ମଙ୍ଗଳବାର ସଂଧ୍ୟା ସମୟରେ ରାଉଲକେଲାରୁ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା କାରଖାନା ମଧ୍ୟରେ ଥିବା ଏଲଆଣ୍ଡଟି କମ୍ପାନିଙ୍କୁ ମାଲ ନେଇ ଆସୁଥିବା ସମୟରେ ଗାଡିଟି ପାର୍କିଂ କରି ଅଟକି ରହିଥିଲା।

ବୁଧବାର ସକାଳେ ମାଲ ବୋଝେଇ ଟ୍ରକଟି ଦିର୍ଘ ସମୟ ଧରି ପେଟ୍ରୋଲ ପମ୍ପରେ ଅଟକି ରହିଥିବାରୁ ସ୍ଥାନୀୟ ଲୋକେ ଗାଡି ନିକଟକୁ ଯାଇ ଡ୍ରାଇଭରଙ୍କୁ ଡାକି କବାଟ ବାଡେଇଥିଲେ। ଗାଡିଚାଳକ କବାଟ ଖୋଲିନଥିବାରୁ ଗାଡି ଭିତରକୁ ଯାଇ ଦେଖିବା ବେଳେ ଗାଡି ମଧ୍ୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗାଡି ଚାଳକ ପଡି ରହିଥିଲେ, ଏବଂ ଗାଡି ନିକଟରେ ରକ୍ତ ପଡିଥିବା ଦେଖି ଟିକିରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଟିକିରି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ବାଡ ଡକାଇ ଘଟଣାର ତଦନ୍ତ ଚଲାଇଛି।