ଗୋଟିଏ ଦିନରେ ୭ କରୋନା ପଜିଟିଭ୍ , ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ କୁ ବୃଦ୍ଧି

ଗୋଟିଏ ଦିନରେ ୭ କରୋନା ପଜିଟିଭ୍ , ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ କୁ ବୃଦ୍ଧି

Uncategorized

#ଗୋଟିଏ_ଦିନରେ_୭_କରୋନା_ପଜିଟିଭ୍           ଭୁବନେଶ୍ୱର    :  ରାଜ୍ୟରେ ବୁଧବାର ଦିନ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସକାଳେ ରାଜ୍ୟରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ ଆଉ ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସକାଳେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ଝାରସୁଗୁଡା , ଦେବଗଡ , କେନ୍ଦୁଝରଓ ଭୁବନେଶ୍ୱରର । ଏଥିସହ କରୋନା ଆଉ ୩ ଟି ଜିଲ୍ଲାରେ ପହଂଚିଛି । ସେହିପରି ଅପରାହ୍ନରେ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର । କେବଳ ଭୁବନେଶ୍ୱର ଆକ୍ରାନ୍ତଙ୍କୁ ଛାଡି ଅନ୍ୟ ସମସ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ରହିଛି ।ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ ଛୁଇଁଛି । ଅପରପକ୍ଷରେ ଭୁବନେଶ୍ୱରର ଆଉ ଜଣେ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ପ୍ରଥମ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ମଧୁସୂଦନ ନଗର ଅଂଚଳର । ସେ ପୁରୁଷ ଓ ତାଙ୍କର ବୟସ ୭୭ ବର୍ଷ । ସେ ୪୧ ନମ୍ବର ସଂକ୍ରମିତଙ୍କ ଘନିଷ୍ଠ ସମ୍ପର୍କୀୟ । ଏହି ମାମଲାରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରା ଯାଉଛି ବୋଲି ଟ୍ୱିଟ କରି କୁହା ଯାଇଛି ।
ଅନ୍ୟ ତିନି ଜଣ ହେଲେ କେନ୍ଦୁଝର ଜିଲ୍ଲାର ପଂଚପଲିର ୬୦ ବର୍ଷୀୟ ପୁରୁଷ, ବରଗଡର ବାସୁଦେବପୁରର ୩୪ ବର୍ଷୀୟ ପୁରୁଷ ତଥା ଝାରସୁଗୁଡା ବ୍ରଜରାଜନଗର ୧୮ ବର୍ଷୀୟା ମହିଳା । ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ଓ ଏମାନଙ୍କ ନିକଟରେ କୌଣସି ଲକ୍ଷଣ ନ ଥିବା ସୂଚନା ଦିଆଯାଇଛି ।
ସେହିପରି ଅପରାହ୍ନରେ ଚିହ୍ନଟ ତିନି ଜଣ ପଜିଟିଭ ବାଲେଶ୍ୱର ଜିଲ୍ଲାର ଏବଂ ୩ଜଣ ଯାକ ପଶ୍ଚିମବଙ୍ଗ ଫେରନ୍ତା । ଏହି ୩ ଆକ୍ରାନ୍ତ ପୁରୁଷ ଓ ସେମାନଙ୍କର ବୟସ ଯଥାକ୍ରମେ ୪୪, ୬୧ ଓ ୬୩ ବର୍ଷ ।
ସୂଚନା ଏବଂ ଲୋକସମ୍ପର୍କ ବିଭାଗର ଟୁଇଟ ଅନୁଯାୟୀ ଚିହ୍ନଟ ହୋଇଥିବା ୩ଜଣ କରୋନା ପଜିଟିଭ କୋଲକାତାରୁ ଫେରିଥିବା ବେଳେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିଲା । କରୋନା ଆକ୍ରାନ୍ତ ହୋଇଥିବା ନେଇ କୌଣସି ଲକ୍ଷଣ ନଥାଇ ମଧ୍ୟ ସ୍ୱାବ ନମୁନା ପରୀକ୍ଷା ପରେ ସେମାନେ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି ।ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଂଚିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୭ ଜଣ ରୋଗୀ ରହିଛନ୍ତି । ଅନ୍ୟପକ୍ଷରେ ୩୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ବର୍ତ୍ତମାନ ରାଜ୍ୟରେ ୮୫ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି ।